
ଆସନ୍ତା ମାର୍ଚ୍ଚାରେ ରିଲିଜ ହେବାକୁ ଯାଉଛି ହରର, କମେଡି ଡ୍ରାମା ଫିଲ୍ମ ‘ରୁହି’ । ଏବେ ରିଲିଜ ହୋଇଯାଇଛି ଫିଲ୍ମର ପ୍ରଥମ ଗୀତ ‘ପନଘଟ’ । ଅଧିକ ପଢନ୍ତୁ...
ମୁମ୍ବାଇ: ନିକଟରେ ଜାହ୍ନବୀ କପୁର ଓ ରାଜକୁମାର ରାଓଙ୍କ ଅଭିନୀତ ହରର ଡ୍ରାମା ଫିଲ୍ମ ‘ରୁହି’ର ଜବରଦସ୍ତ ଟ୍ରେଲର ରିଲିଜ ହୋଇଥିଲା । ଯେଉଁଥିରେ ଜାହ୍ନବୀଙ୍କ ଡାହାଣୀ ଅବତାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ଏବେ ଦର୍ଶକଙ୍କ ଉତ୍ସାହିତକୁ ଦୁଇଗୁଣ କରିଦେଇଛି ଫିଲ୍ମର ଆଇଟମ ସଙ୍ଗ ‘ପନଘଟ’ । ଯାହାକୁ ସୋମବାର ରିଲିଜ କରିଛନ୍ତି ମେକର୍ସ ।
ପ୍ରଥମଥର ଏହି ଗୀତରେ ଜାହ୍ନବୀଙ୍କ ଆଇଟମ ଲୁକ୍ ଦେଖିବାକୁ ମିଳୁଥିବା ବେଳେ ରାଜକୁମାରଙ୍କ ସହ ଦମଦାର ଠୁମକା ଲଗାଉଥିବାର ନଜର ଆସୁଛନ୍ତି କମେଡି ଅଭିନେତା ବରୁଣ ଶର୍ମା। କେତେବେଳେ ଜାହ୍ନବୀଙ୍କ ବ୍ରାଇଡ ଲୁକ୍ ଗୀତରେ ଦେଖିବାକୁ ମିଳୁଛି ତ ଆଉ କେତେବେଳେ ଡାହାଣୀ । ଆପଣ ବି ଦେଖନ୍ତୁ ଗୀତ...
ଆସନ୍ତା ମାର୍ଚ୍ଚ 21ରେ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହି ଗୀତ ଜରିଆରେ ଜାହ୍ନବୀ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ଗୀତର ଭିଡିଓ କ୍ଲିପ୍ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ରୁହିର ପ୍ରଥମ ଗୀତ ପନଘଟ ରିଲିଜ । ତଳେ ଲିଙ୍କ୍ ଦିଆଯାଇଛି । 2021 ମାର୍ଚ୍ଚ 11ରେ ଆସିବ ଫିଲ୍ମ ।’