ମାର୍ଚ୍ଚରେ ବିବାହ କରିବେ ଜେପି ଦତ୍ତାଙ୍କ ଲାଡଲୀ
ଫଟୋ

ଜୟପୁରରେ ହେବ ପ୍ରଯୋଜିକା ନିଧି ଓ ନିର୍ଦ୍ଦେଶକ ବିନୋୟଙ୍କ ବିବାହ । ଗତ ବର୍ଷ ଅଗଷ୍ଟ 29ରେ କରିଥିଲେ ନିର୍ବନ୍ଧ । ଅଧିକ ପଢନ୍ତୁ...

ମୁମ୍ବାଇ: ଲୋକପ୍ରିୟ ନିର୍ମାତା, ତଥା ଲେଖକ ଜେପି ଦତ୍ତା ଏବଂ ଅଭିନେତ୍ରୀ ବିନ୍ଦିୟା ଗୋସ୍ବାମୀଙ୍କ ଲାଡଲୀ ନିଧି ଦତ୍ତାଙ୍କୁ ନେଇ ସାମ୍ନାକୁ ଆସିଲା ଗୁଡନ୍ୟୁଜ । ଆସନ୍ତା ମାର୍ଚ୍ଚ 7 ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ସେ ନିର୍ଦ୍ଦେଶକ ବିନୋୟ ଗାନ୍ଧୀଙ୍କୁ ସାଥ ଜନ୍ମର ସାଥୀ କରିବେ । ଆଉ ଜୟପୁରରେ ଡେଷ୍ଟିନେସନ ୱେଡିଂ ହେବ ଏହି ଯୋଡିଙ୍କର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନିଧି ଦତ୍ତା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନିଧି ଦତ୍ତା

ଗତ ବର୍ଷ ଅଗଷ୍ଟ 29ରେ ନିର୍ବନ୍ଧ କରିଥିଲେ ନିଧି ଓ ବିନୋୟ । ସେହିପରି ଏହି ଯୋଡି ଡିସେମ୍ବରରେ ବିବାହ କରିଥାଆନ୍ତେ । ହେଲେ କୋରୋନା ସଙ୍କଟ ପାଇଁ ବିବାହ ତାରିଖ ଘୁଞ୍ଚାଇ ଦେଇଥିଲେ । କାରଣ କୋରୋନା ସମୟରେ ବିବାହ କରିଥିଲେ ବିବାହ ଉତ୍ସବରେ ସାମିଲ ହୋଇ ପାରିନଥାଆନ୍ତେ ତାଙ୍କର ଅନେକ ବନ୍ଧୁବାନ୍ଧବ । ଏଥିପାଇଁ ଏପରି ନିଷ୍ପତ୍ତି ନେଇ ଥିଲେ ଦୁହେଁ ।

ପ୍ରକାଶ ଥାଉକି ନିଧି ପ୍ରଯୋଜିକା ରୂପେ କାମ କରୁଥିବାବେଳେ ବିନୋୟ ନିର୍ଦ୍ଦେଶକ ରୂପେ କାମ କରୁଛନ୍ତି । ଆଉ ଏହି ଯୋଡିଙ୍କ ପ୍ରଥମ ସାକ୍ଷାତ ମଧ୍ୟ ଏକ ଫିଲ୍ମ ସେଟରେ ହୋଇଥିଲା । ପ୍ରଥମେ ବନ୍ଧୁ ସାଜିବା ପରେ ପରସ୍ପରକୁ ହୃଦୟ ଦେଇବସିଥିଲେ ଦୁହେଁ ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2019 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2019 Ushodaya Enterprises Pvt. Ltd., All Rights Reserved.