
ଫିଲ୍ମ, ୱେବ ସିରିଜ ଯୁଗରେ ମଧ୍ୟ ନାଟକ ଦେଖିବାକୁ ପସନ୍ଦ କରୁଛନ୍ତି ଅନେକ ଦର୍ଶକ । ଭୁବନେଶ୍ବରରେ ମଞ୍ଚସ୍ତ ହେଲା ‘ଏକ ଜିଦଖୋର ଝିଅ’ ନାଟକ। ଅଧିକ ପଢନ୍ତୁ...
ଭୁବନେଶ୍ବର: କଳିଙ୍ଗ ନାଟ୍ୟ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ତ ହେଲା ଓଡିଆ ନାଟକ ଏକ ‘ଜିଦ ଖୋର ଝିଅ’। ଯାହାକୁ ମହୋତ୍ସବ ଆୟୋଜନ କରୁଥିବା ଶତାବ୍ଦୀର କଳାକାର ଅନୁଷ୍ଠାନର କଳାକାର ପରିବେଷଣ କରିଛନ୍ତି।
ବିଜୟ ତେନ୍ଦୁଲକରଙ୍କ ମୂଳ ହିନ୍ଦୀ ଗଳ୍ପକୁ ଓଡିଆ ରୂପାନ୍ତର କରି ଏହି ନାଟକଟି ମଞ୍ଚସ୍ତ କରାଯାଇଛି। ଯେଉଁଥିରେ ସତ୍ୟ,ଧର୍ମ ଓ କଠୋର ପରିଶ୍ରମ କରିବା ସହ ନୀତି ଏବଂ ଆଦର୍ଶରେ ଚଳି ଆସିଥିବା ଝିଅଟି କିପରି ସଠ ଓ ଅନ୍ୟାୟ ଉପାୟରେ ବଞ୍ଚୁଥିବା ସମାଜ ପାଖରେ ହାରି ଯାଉଛି ତାହାର ସୁନ୍ଦର କାହାଣୀକୁ ଉପସ୍ଥାପନା କରାଯାଇଛି।
ଯାହାକୁ ଉପସ୍ଥିତ ନାଟ୍ୟପ୍ରେମୀ ଦର୍ଶକ ମଣ୍ଡଳୀ ଭରପୁର ଉପଭୋଗ କରିଥିବା ଦେଖିବାକୁ ମିଳିଛି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ