ଏବେ ନେହା ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ନେହା ଏକ କଳା ରଙ୍ଗର ଶାଢୀରେ ସେକ୍ସି ଅନ୍ଦାଜରେ କ୍ୟାଟୱାକ କରୁଥିବାର ଦେଖିବାକୁ ମିଳିଛି । ଯାହା ପ୍ରଶଂସକମାନଙ୍କୁ ଦିଓ୍ବାନା କରିଦେଇଛି । ଅଧିକ ପଢନ୍ତୁ...
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କର ଯେବେ ମଧ୍ୟ ନିଜର କୌଣସି ଫଟୋ ପୋଷ୍ଟ କରନ୍ତି ତେବେ ତାହା ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଦିଏ । ଏଥର ମଧ୍ୟ ଏମିତି ଦେଖିବାକୁ ମିଳୁଛି । କାରଣ ସୋସିଆଲ ମିଡିଆରେ ଘୁରିବୁଲୁଛି ତାଙ୍କ ବୋଲ୍ଡ ବ୍ଲାକ ଶାଢୀ ଅବତାରର ଭିଡିଓ ।
ଏବେ ନେହା ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ନେହା ଏକ କଳା ରଙ୍ଗର ଶାଢୀରେ ସେକ୍ସି ଅନ୍ଦାଜରେ କ୍ୟାଟୱାକ କରୁଥିବାର ଦେଖିବାକୁ ମିଳିଛି । ଯାହା ପ୍ରଶଂସକମାନଙ୍କୁ ଦିଓ୍ବାନା କରିଦେଇଛି ।
ନେହାଙ୍କ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା 11 ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଲାଣି । ଏହି ଭିଡିଓ ଦେଖି ଫ୍ୟାନ୍ସ କମେଣ୍ଟ ବକ୍ସରେ ମନ୍ତବ୍ୟ ଦେବାରେ ଲାଗି ପଡିଛନ୍ତି ।
ଜଣେ ୟୁଜର୍ସ ଲେଖିଛନ୍ତି, 'ଶେରଣୀ ଏମିତି ଚାଲେ' ।
ଅନେକ ୟୁଜର୍ସ ନେହାଙ୍କୁ କୁଇନ ବୋଲି କହି ତାଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଛନ୍ତି।
ପ୍ରକାଶ ଥାଉକି ବର୍ତ୍ତମାନ ନେହା ‘ଇଣ୍ଡିଆନ ଆଇଡଲ 12’ର ଜଜ୍ ଭୂମିକାରେ ନଜର ଆସୁଛନ୍ତି । ଏହାବ୍ୟତୀତ ସେ ନିଜ ମ୍ୟାରେଜ ଲାଇଫ୍କୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି ।