ପୁଣି ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅନୀତା ଓ ରୋହିତ । ବେବି ବୟ ଆରବଙ୍କ ସହ କଲେ ମଜା । ଅଧିକ ପଢନ୍ତୁ...
ମୁମ୍ବାଇ: ଟିଭିର ପପୁଲାର ଅଭିନେତ୍ରୀ ଅନୀତା ହସନନ୍ଦାନୀ ନିକଟରେ ବେବି ବୟକୁ ଜନ୍ମ ଦେଇଥିଲେ । ଯାହାକୁ ନେଇ ତାଙ୍କ ପରିବାରରେ ଏଯାବତ ଖୁସିର ଲହରୀ । ସେପଟେ ପୁଅର ଫଟୋ, ଭିଡିଓ ସେୟାର କରି ସବୁଦିନ ଫ୍ୟାନ୍ସଙ୍କୁ କିଛି ନା କିଛି ଜଣାଇବାରେ ଲାଗିଛନ୍ତି ଏହି ଯୋଡି । ଇତିମଧ୍ୟରେ ଭାଇରାଲ ହେଉଛି ଅନୀତାଙ୍କ ଏକ ମଜାଦାର ଭିଡିଓ । ଯାହାକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ମଧ୍ୟ ହସାଇ ଦେଇଛନ୍ତି ।
ରବିବାର ସେ ଇନଷ୍ଟାଗ୍ରାମରେ ଯେଉଁ ଭିଡିଓ ସେୟାର କରିଥିଲେ, ସେଥିରେ ଦେଖିବାକୁ ମିଳୁଛି ତାଙ୍କ ବେବି ବମ୍ପ ବୋମା ଆକାର ହୋଇଥିବାର । ଯେଉଁଥିରେ ନିଆଁ ଲଗାଉଛନ୍ତି ତାଙ୍କ ସ୍ବାମୀ ରୋହିତ । ଆଉ ବୋମା ବିସ୍ଫୋରଣ ହେବା ପରେ ଦୁଇଜଣ ହାତରେ କୁନି ପୁଅକୁ ଧରିଥିବାର ଦେଖାଯାଉଛନ୍ତି ।
ଏହି ମଜାଦାର ଭିଡିଓର କ୍ୟାପସନ ଅନୀତା ଲେଖିଛନ୍ତି,‘ଏବେ ଆମ ବେବି ଆରବ ଆସିଲେ । 2021 ଫେବୃଆରୀ 9 ତାରିଖରେ ।’ ଆପଣ ବି ଦେଖନ୍ତୁ ଏହି ମଜାଦାର ଭିଡିଓ...