ଆଜିଠୁ ଭାରତ-ଇଂଲଣ୍ଡ ଦିବାରାତ୍ର ଟେଷ୍ଟ, ଗୋଲାପୀ ବଲରେ ମୁକାବିଲା
ଭାରତ-ଇଂଲଣ୍ଡ

ଆଜିଠୁ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ । ଏହି ଟେଷ୍ଟଟି ଦିବାରାତ୍ର ହେବାକୁ ଥିବାବେଳେ ଗୋଲାପି ବଲରେ ଖେଳାଯିବ । ଅଧିକ ପଢନ୍ତୁ...

ଅହମ୍ମଦାବାଦ: ଆଜିଠୁ ଭାରତ-ଇଂଲଣ୍ଡ ଦିବାରାତ୍ର ଟେଷ୍ଟ । ଅପରାହ୍ନ 2ଟା 30ରେ ଆରମ୍ଭ ହେବ ମ୍ୟାଚ୍‌ । ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମର ମାନ୍ୟତା ପାଇଥିବା ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଏହି ଟେଷ୍ଟ ଖେଳାଯିବ ।

ଦିବାରାତ୍ର ସହିତ ଗୋଲାପୀ ବଲରେ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଖେଳାଯିବାକୁ ଥିବାରୁ ଏହାକୁ ନେଇ ଉତ୍କଣ୍ଠା ଦେଖିବାକୁ ମିଳିଛି । ଦର୍ଶକଙ୍କ ଠାରୁ ଆରମ୍ଭ କରି ଖେଳାଳିଙ୍କ ମଧ୍ୟରେ ଅନେକ ଉତ୍ସାହ ରହିଛି ।

ତେବେ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ 1-1ରେ ବରାବର ରହିଛି । ଫଳରେ ମୋଟେରାରେ ବିଜୟ ସହ ସିରିଜରେ ଆଗୁଆ ହେବା ଲକ୍ଷ୍ୟରେ ଉଭୟ ଦଳ ରହିବେ । ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ପାଇଁ ଏହି ଟେଷ୍ଟ 100 ତମ ଟେଷ୍ଟ ହେବ ।

ଅନ୍ୟପଟେ ଦର୍ଶକ କ୍ଷମତାର 50 ପ୍ରତିଶତ ଅର୍ଥାତ 50000ରୁ ଅଧିକ ଦର୍ଶକଙ୍କ ଉପସ୍ଥିତି ନିଶ୍ଚୟ ଘରୋଇ ଦଳକୁ ସହାୟକ ହେବ । ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଟିକେଟ ଦୃଷ୍ଟିରୁ ଭାରତ ପାଇଁ ଏହି ଟେଷ୍ଟ ବେଶ ଗୁରୁତ୍ବପୂର୍ଣ୍ଣ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.