ମୋଟେରା ଷ୍ଟାଡିୟମରେ କେନ୍ଦ୍ର କ୍ରୀଡାମନ୍ତ୍ରୀ-ବିସିସିଆଇ ସମ୍ପାଦକ
Ind

କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଓ ବିସିସିଆଇ ସମ୍ପାଦକ ଜୟ ଶାହା ମଙ୍ଗଳବାର ଷ୍ଟାଡିୟମ ପରିଦର୍ଶନରେ ଆସି ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ 'ମୋଟେରା' ଷ୍ଟାଡିୟମରେ ଖେଳାଯିବ । ନବନିର୍ମିତ ଏହି ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଉଦ୍‌ଘାଟନ କରିବେ । ଏନେଇ ଗୁଜୁରାଟ କ୍ରିକେଟ ଆସୋସିଏସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଓ ବିସିସିଆଇ ସମ୍ପାଦକ ଜୟ ଶାହା ମଙ୍ଗଳବାର ଷ୍ଟାଡିୟମ ପରିଦର୍ଶନରେ ଆସି ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।

Ind vs Eng: Rijiju and Jay Shah visit mesmerising Hall of Fame zone at Motera Stadium
ମୋଟେରା ଷ୍ଟାଡିୟମରେ କ୍ରିକେଟ 'ହଲ୍‌ ଅଫ ଫେମ୍‌' ଜୋନ

ଆୟୋଜକ ଜିସିଏ ପକ୍ଷରୁ ମଧ୍ୟ ଦର୍ଶକଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମ ପ୍ରବେଶ ଦ୍ବାରରେ ସମସ୍ତ ଭାରତୀୟ ମହାନ କିମ୍ବଦନ୍ତୀ କ୍ରିକେଟରଙ୍କ ଝଲକ ରହିଛି । ଏହାର ନାମ 'ହଲ୍‌ ଅଫ ଫେମ୍‌' ଜୋନ ରହିଛି ।

  • A proud moment! Hon'ble President Shri Ram Nath Kovind Ji will inaugurate the largest Cricket Stadium in the world at Ahmedabad tomorrow. A vision set by PM @narendramodi Ji & executed by HM @AmitShah Ji is here. Sh @JayShah Secy BCCI briefed me about the world class facilities! pic.twitter.com/v2YdjsyU5j

    — Kiren Rijiju (@KirenRijiju) February 23, 2021

2007 ଟି20 ବିଶ୍ବକପ ବିଜୟ ଠାରୁ 2011 ଦିନିକିଆ କ୍ରିକେଟ ବିଶ୍ବକପର ସମସ୍ତ ସ୍ମୃତିକୁ ସ୍ଥାନ ଦିଆଯାଇଛି । ଏଥିସହ 2019ରେ ଭାରତରେ ଖେଳାଯାଇଥିବା ପ୍ରଥମ ଦିବାରାତ୍ର ଟେଷ୍ଟର ସ୍ମରଣୀୟ ମୂହୁର୍ତ୍ତକୁ ମଧ୍ୟ ସ୍ଥାନିତ କରାଯାଇଛି ।

ଦେଶର ତାରକା କ୍ରିକେଟର, ସୁନୀଲ ଗାଭାସ୍କର, ସିକେ ନାୟୁଡୁ, ଲାରା ଅମରନାଥ, ବିନୋ ମଙ୍କଡ, ସଚିନ ତେନ୍ଦୁଲକର, ରୋହିତ ଶର୍ମା, ମହେନ୍ଦ୍ର ସିଂହ ଧୋନି ଓ ସୌରଭ ଗାଙ୍ଗୁଲିଙ୍କ ଫଟୋ ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.