ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଡ଼ି ହେବାକୁ ମୁଁ ଉତ୍ସାହିତ: ଷ୍ଟିଭ ସ୍ମିଥ
i

ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଡ଼ି ହେବାକୁ ନେଇ ଉତ୍ସାହିତ ରହିଛନ୍ତି ଅଷ୍ଟ୍ରେଲିୟ ବ୍ୟାଟସମ୍ୟାନ ଷ୍ଟିଭ ସ୍ମିଥ। 2021 ଆଇପିଏଲ ସଂସ୍କରଣ ପାଇଁ ଷ୍ଟିଭ ସ୍ମିଥଙ୍କୁ 2 କୋଟି 20 ଲକ୍ଷ ଟଙ୍କାରେ କିଣିଛି ଦିଲ୍ଲୀ ଫ୍ରାଞ୍ଚାଇଜି। ଅଧିକ ପଢ଼ନ୍ତୁ...

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଡ଼ି ହେବାକୁ ନେଇ ଉତ୍ସାହିତ ରହିଛନ୍ତି ଅଷ୍ଟ୍ରେଲିୟ ବ୍ୟାଟସମ୍ୟାନ ଷ୍ଟିଭ ସ୍ମିଥ। 2021 ଆଇପିଏଲ ସଂସ୍କରଣ ପାଇଁ ଷ୍ଟିଭ ସ୍ମିଥଙ୍କୁ 2 କୋଟି 20 ଲକ୍ଷ ଟଙ୍କାରେ କିଣିଛି ଦିଲ୍ଲୀ ଫ୍ରାଞ୍ଚାଇଜି । ପୂର୍ବରୁ ରାଜସ୍ଥାନ ରୟାଲ୍ସର ଅଧିନାୟକ ଦାୟିତ୍ବରେ ଥିଲେ ଷ୍ଟିଭ ସ୍ମିଥ। ତେବେ ଚେନ୍ନାଇରେ ମିନି ନିଲାମୀ ପୂର୍ବରୁ ତାଙ୍କୁ ରାଜସ୍ଥାନ ରୟାଲ୍ସ ରିଲିଜ କରି ଦେଇଥିଲା।

  • "̶W̶h̶e̶n̶ ̶w̶i̶l̶l̶ ̶S̶t̶e̶v̶e̶ ̶S̶m̶i̶t̶h̶ ̶s̶h̶a̶r̶e̶ ̶a̶ ̶m̶e̶s̶s̶a̶g̶e̶ ̶f̶o̶r̶ ̶D̶C̶ ̶f̶a̶n̶s̶?̶"̶ #YehHaiNayiDilli #IPL2021 @stevesmith49 pic.twitter.com/jYCoNtn7H7

    — Delhi Capitals (@DelhiCapitals) February 23, 2021

ଷ୍ଟିଭ ସ୍ମିଥ କହିଛନ୍ତି ଯେ, "ଚଳିତ ଆଇପିଏଲ ସିଜିନରେ ମୁଁ ଦିଲ୍ଲୀ ପକ୍ଷରୁ ଖେଳିବା ନେଇ ଉତ୍ସାହିତ ରହିଛି। ଏହି ଦଳରେ ଦମଦାର ଖେଳାଳି ଓ କୋଚ ରହିଛନ୍ତି। ଯାହାଙ୍କ ସହ ଖେଳିବାକୁ ମଜା ଆସିବ। ଦଳ ସହ ଆଇପିଏଲ ଖେଳି କିଛି ସ୍ମୃତି ସାଇତିବାକୁ ମୁଁ ଚାହୁଁଛି। ବିଗତ ବର୍ଷ ଭଳି ଦଳ ଚଳିତ ବର୍ଷ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ମୋର ଆଶା ରହିଛି।"

ଏହାକୁ ନେଇ ଷ୍ଟିଭ ସ୍ମିଥଙ୍କ ଏକ ଭିଡିଓ ବାର୍ତ୍ତା ଟ୍ବିଟରରେ ସେୟାର କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ମିନି ନିଲାମୀରେ ଷ୍ଟିଭ ସ୍ମିଥଙ୍କ ବେସ ପ୍ରାଇସ 2 କୋଟି ଟଙ୍କା ରହିଥିଲା। ପ୍ରଥମେ ରୟାଲ ଚ୍ୟାଲେଞ୍ଜର୍ସ ଷ୍ଟିଭ ସ୍ମିଥଙ୍କୁ କିଣିବାକୁ ଚାହିଁଥିଲା। ତେବେ 20 ଲକ୍ଷ ଅଧିକ ଦେଇ ଦିଲ୍ଲୀ କ୍ୟାପିଟାଲ୍ସ ଷ୍ଟିଭ ସ୍ମିଥଙ୍କୁ ନିଜ କ୍ୟାମ୍ପରେ ସାମିଲ କରିଥିଲା।

ଆଇପିଏଲର 13 ସିଜିନରେ ରାଜସ୍ଥାନର ଅଧିନାୟକ ଭାବରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଥିଲେ ଷ୍ଟିଭ ସ୍ମିଥ। ତେବେ ସେ 14ଟି ମ୍ୟାଚରେ କେବଳ 311 ରନ୍ ହିଁ କରି ପାରିଥିଲେ। ଏଥିରେ 3ଟି ଅର୍ଦ୍ଧ ଶତକ ମଧ୍ୟ ସାମିଲ ରହିଥିଲା। ମିନି ନିଲାମୀ ପୂର୍ବରୁ ତାଙ୍କୁ ରାଜସ୍ଥାନ ରୟାଲ୍ସ ରିଲିଜ କରିବା ସହ ସଞ୍ଜୁ ସାମସନଙ୍କୁ ରାଜସ୍ଥାନ ରୟାଲ୍ସର ଅଧିନାୟକ ଘୋଷଣା କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.