ମାର୍ଚ୍ଚରେ ଭାରତୀୟ ଫୁଟବଲ ଦଳର ୟୁଏଇ ଗସ୍ତ, ଖେଳିବ ବନ୍ଧୁତ୍ବ ମ୍ୟାଚ
indian

ମାର୍ଚ୍ଚ ମାସରେ ୟୁଏଇ ଗସ୍ତ କରିବ ଭାରତୀୟ ଫୁଟବଲ। ଦୁବାଇରେ ୟୁଏଇ ଓ ଓମାନ ସହ ଦୁଇଟି ବନ୍ଧୁତ୍ବପୂର୍ଣ୍ଣ ଖେଳିବ ଭାରତ। ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ମାର୍ଚ୍ଚ ମାସରେ ୟୁଏଇ ଗସ୍ତ କରିବ ଭାରତୀୟ ଫୁଟବଲ। ଦୁବାଇରେ ୟୁଏଇ ଓ ଓମାନ ସହ ଦୁଇଟି ବନ୍ଧୁତ୍ବପୂର୍ଣ୍ଣ ଖେଳିବ ଭାରତ। ଏହାକୁ ନେଇ ଆଜି(ମଙ୍ଗଳବାର) ଅଖିଳ ଭାରତୀୟ ଫୁଟବଲ ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମ୍ୟାଚକୁ ନେଇ ଭାରତୀୟ ଦଳ ଖୁବଶୀଘ୍ର ଅଭ୍ୟାସ କ୍ୟାମ୍ପରେ ଯୋଗ ଦେବ।

ମାର୍ଚ୍ଚ 25 ତାରିଖରେ ଓମାନ ସହ ପ୍ରଥମ ମ୍ୟାଚ ଖେଳିବା ଭାରତ। ଏହାପରେ ମାର୍ଚ୍ଚ 26 ତାରିଖରେ ୟୁଏଇ ଓ ଭାରତ ମଧ୍ୟ ଟକ୍କର ଦେଖିବାକୁ ମିଳିବ। ଏହି ମ୍ୟାଚ ପାଇଁ ଦୁବାଇରେ ମାର୍ଚ୍ଚ 15 ତାରିଖରେ ଅଭ୍ୟାସ କ୍ୟାମ୍ପ ଆରମ୍ଭ ହେବ। ଭାରତୀୟ ଦଳ ମୁଖ୍ୟ କୋଚ ଇଗୋର ଷ୍ଟାମାକଙ୍କ ନେତୃତ୍ବରେ ଭାରତୀୟ ଦଳ ଦୁବାଇରେ ଦମ୍ ଦେଖାଇବ।

2019 ମସିହା ପରେ ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ଫୁଟବଲ ଦଳ ବିଦେଶ ଗସ୍ତ କରିବ। ଶେଷ ଥର ପାଇଁ 2019 ନଭେମ୍ବର 19 ତାରିଖରେ ଫିଫା ବିଶ୍ବକପର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବାକୁ କତାର ଗସ୍ତ କରିଥିଲା ଭାରତ। ଏହି ମ୍ୟାଚରେ ଭାରତ 1-0 ଗୋଲରେ ଓମାନଠାରୁ ପରାଜିତ ହୋଇଥିଲା।

ତେବେ କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଫିଫା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଅଧାରୁ ବନ୍ଦ ହୋଇଥିଲା। ଆସନ୍ତା ଜୁନ ମାସରେ ପୁନର୍ବାର ଫିଫା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଆରମ୍ଭ ହେବ। ଜୁନ 3 ତାରିଖରେ ଭାରତୀୟ ଦଳ ଯୋଗ୍ୟତା ପର୍ଯ୍ୟାୟରେ କତାରକୁ ଭେଟିବ। ସେହିଭଳି ଜୁନ 11 ତାରିଖରେ ବାଲାଂଦେଶ ସହ ଭାରତର ଟକ୍କର ହେବ। ଏହାପରେ ଶେଷ ମ୍ୟାଚରେ ଭାରତ ଆଫଗାନିସ୍ତାନ ମଧ୍ୟରେ ଫୁଟବଲ ଲଢ଼େଇ ଦେଖିବାକୁ ମିଳିବ।

@ians

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.