
କନଫେଡରେସନ ଅଫ ଇଣ୍ଡିଆ ଇଣ୍ଡଷ୍ଟ୍ରି (CII)ଓ ରାଜ୍ୟ ପର୍ଯ୍ୟଟନ ବିଭାଗ(OTDC) ପକ୍ଷରୁ ଆୟୋଜିତ ହେଉଛି ମେଗା ଇଭେଣ୍ଟ ବିଚ ସକର 2021 । ଅଧିକ ପଢନ୍ତୁ...
ଚନ୍ଦ୍ରଭାଗା: ଚଳିତ ବର୍ଷ ପ୍ରଥମ କରି ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ହେଉଛି ଦୁଇ ଦିନିଆ ବିଚ୍ ସକର 2021। କନଫେଡରେସନ ଅଫ ଇଣ୍ଡିଆ ଇଣ୍ଡଷ୍ଟ୍ରି (CII)ଓ ରାଜ୍ୟ ପର୍ଯ୍ୟଟନ ବିଭାଗ(OTDC) ପକ୍ଷରୁ ଏହି ମେଗା ଇଭେଣ୍ଟ ଆୟୋଜିତ ହେଉଛି । ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଓଡିଶା ଫୁଟବଲ କ୍ଲବ ଏହି କାର୍ଯ୍ୟକ୍ରମର ଟେକ୍ନିକାଲ ପାର୍ଟନର ରହିଛି ।
ସୋମବାର ଅପରାହ୍ନ 3.00 ଟାରେ ଏହି ଫୁଟବଲ ଇଭେଣ୍ଟର ଉଦ୍ଘାଟିତ ହୋଇଛି । ବିଶିଷ୍ଟ ଫୁଟବଲ ତାରିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, CIIର ଆଞ୍ଚଳିକ ନିର୍ଦ୍ଦେଶକ ସାଇକତ ରାୟ ଚୌଧୁରୀ, ପୁରୀର ଅତିରିକ୍ତ ଜିଲ୍ଲାପାଳ ବିନୟ ଭୂଷଣ ଦାଶ, CII ଓଡ଼ିଶାର ରାଜ୍ୟ ପରିଷଦ ଓ ଓଡିଶା ଏଫସିର ସଦସ୍ୟମାନେ ଯୋଗ ଦେଇଛନ୍ତି ।
ପ୍ରଥମେ ଜାତୀୟ ସଙ୍ଗୀତ ଗାନ ଓ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦ୍ଘାଟିତ ପରେ ଫୁଟବଲ ମ୍ୟାଚ ଖେଳ ଆରମ୍ଭ ହୋଇଥିଲା । ଦୁଇ ଦିନ ଧରି ଆୟୋଜନ ହେଉଥିବା ଏହି ପ୍ରତିଯୋଗୀତାରେ ମୋଟ 10ଟି ଟିମ ଖେଳିବେ। ଅଂଶଗ୍ରହଣ କରୁଥିବା ସମସ୍ତ 10ଟି ଟିମକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି।
ଗ୍ରୁପ A ରେ ଇଣ୍ଡିଆନ ଅଏଲ କର୍ପୋରେସନ(IOCL), ଓଡିଶା ଟୁରିଯିମ, ସିଏସଏମ, ନାଲକୋ, ଟାଟା ଷ୍ଟିଲ ଏବଂ ଗ୍ରୁପ B ରେ ପାରାଦ୍ୱୀପ ଫସପେଟ ଲିମିଟେଡ଼, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ, ଓଡିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଗୁପ୍ତା ପାୱାର ପ୍ରମୁଖ ରହିଛନ୍ତି ।
ଅପରାହ୍ନ 4.00 ରୁ ମ୍ୟାଚ ଆରମ୍ଭ ହୋଇ ରାତି ୯.00ଟା ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଛି । ମଙ୍ଗଳବାର ସନ୍ଧ୍ୟା ୬.30 ରେ ଫାଇନାଲ ମ୍ୟାଚ ଖେଳାଯିବ। ଶେଷ ଦିନରେ ସିଆଇଆଇ ଓ ମହିଳା ଦଳ ମଧ୍ୟରେ ଆକର୍ଷଣୀୟ ଦୁଇଟି ପ୍ରଦର୍ଶନୀ ମ୍ୟାଚ ଖେଳାଯିବ ବୋଲି ଜଣାପଡିଛି । ଚଳିତ ବର୍ଷ ପ୍ରଥମ ଥର କରି ଏପରିପଦକ୍ଷେପ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଆଯାଇଥିବାରୁ ଏହା ପର୍ଯ୍ୟଟନ କ୍ଷେତ୍ରରେ ସଫଳତା ଆଣିବ ବୋଲି ଆଶା କରାଯାଉଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ