ସଟଗନ ବିଶ୍ବକପ ପାଇଁ ଭାରତୀୟ ଦଳ ପ୍ରସ୍ତୁତ
Breaking

ସଟଗନ ବିଶ୍ବକପରେ ଭାଗ ନେବ 13 ଜଣିଆ ଭାରତୀୟ ଦଳ । ଏଥିପାଇଁ ମିଶରର କୋହିରା ଗସ୍ତ କରିବ ଭାରତୀୟ ଦଳ । ଅଧିକ ପଢ଼ନ୍ତୁ...

ନୂଆଦିଲ୍ଲୀ: ସଟଗନ ବିଶ୍ବକପରେ ଭାଗ ନେବ 13 ଜଣିଆ ଭାରତୀୟ ଦଳ। ଏଥିପାଇଁ ମିଶରର କୋହିରା ଗସ୍ତ କରିବ ଭାରତୀୟ ଦଳ। କୋରୋନା ମହାମାରୀ ପରେ ଆନ୍ତର୍ଜାତିକ ସୁଟିଂ ସ୍ପୋର୍ଟସ ଫେଡେରେସନ ପକ୍ଷରୁ କୌଣସି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଛି। ସଟଗନ ସୁଟିଂ ବିଶ୍ବକପରେ 33ଦେଶର ଉଭୟ ପୁରୁଷ ଓ ମହିଳା ବିଭାଗରେ 191 ଜଣ ପ୍ରତିଯୋଗୀ ଭାଗ ନେବେ। 8ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ 10ଟି ସୁଟିଂ ବିଭାଗରେ ପଦକ ପାଇବାକୁ ଲଢ଼େଇ କରିବେ ପ୍ରତିଯୋଗୀ।

ସଟଗନ ସୁଟରମାନେ ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ବ ରାଙ୍କିଂରେ ଭଲ ପଏଣ୍ଟ ହାସଲ କରି ପାରିବେ। ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବା ପାଇଁ ପ୍ରତିଯୋଗୀଙ୍କ ପାଇଁ ଏହା ଶେଷ ଟୁର୍ଣ୍ଣାମେଣ୍ଟ ହେବ। ଭାରତୀୟ ସଟଗନ ସୁଟରମାନେ ପୂର୍ବରୁ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ସାରିଛନ୍ତି। ଏହି ଦଳରେ ଅଙ୍ଗଦ ବାଜବା, ମୈରାଜ ଅହମଦ ଖାନ ଓ ଗୁରୁଜ୍ୟୋତ ଖାଙ୍ଗରା ସାମିଲ ରହିଛନ୍ତି। ସେହିଭଳି ମହିଳା ସୁଟରମାନଙ୍କ ମଧ୍ୟରେ ଗନିମତ ଶେଖନ, ପରିନାଜ ଧାଲବାଲ ଓ କୃତିକି ସଂହ ଶେଖାୱତ ରହିଛନ୍ତି।

ଏହି ବିଶ୍ବକପକୁ ନେଇ ଭାରତୀୟ ଦଳ ଉତ୍ସାହିତ ରହିଛି। ଏହାକୁ ନେଇ ସଟଗନ ସୁଟର ଅଙ୍ଗଦ ବାଜବା କହିଛନ୍ତି ଯେ, "ପ୍ରାୟ ଏକ ବର୍ଷ ପରେ ପ୍ରଥମ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ସୁଯୋଗ ମିଳିଛି। ଅଲିମ୍ପିକ୍ସ ପୂର୍ବରୁ ଏହା ଅଭ୍ୟାସ ଭଳି ହେବ। ଲୟ ଫେରି ପାଇବା ପାଇଁ ଏହା ଉଚିତ ସମୟ।"

ସେହିଭଳି ସଟଗନ ସୁଟର ମୁଖ୍ୟ ପ୍ରଶିକ୍ଷକ ମାନଶେର ସିଂହ କହିଛନ୍ତି ଯେ, "ଏହା ବର୍ଷର ପ୍ରଥମ ସଟଗନ ବିଶ୍ବକପ। ଲକଡାଉନ ପରେ ଏଥିରେ ଅଭ୍ୟାସ କରିବାକୁ ସୁଯୋଗ ମିଳିବ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.