ଆଦ୍ରିଆଟିକ ପର୍ଲ ବକ୍ସିଂ: ଶେଷ ଦିନରେ ସ୍ବର୍ଣ୍ଣ ଜିତିଲେ ଅରୁନ୍ଧତୀ, ନାଓରେମ
Breaking

5ଟି ସ୍ବର୍ଣ୍ଣ, 3ଟି ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ସହ ଆଦ୍ରିଆଟିକ ପର୍ଲ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆଦ୍ରିଆଟିକ ପର୍ଲ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି । ମୋଟ 5ଟି ସ୍ବର୍ଣ୍ଣ ସହ, 3ଟି ରୌପ୍ୟ ଓ ଦୁଇଟି କାଂସ୍ୟ ପଦକରେ ଭାରତ ସନ୍ତୁଷ୍ଟ ହୋଇଛି ।

ଶେଷ ଦିନରେ 69 କିଲୋଗ୍ରାମ ବର୍ଗରେ ଅରୁନ୍ଧତୀ ଚୌଧୁରୀ ଓ 51 କିଲୋଗ୍ରାମ ବର୍ଗରେ ନାଓରେମ ବାବିରୋଜିସାନା ଚାନୁ ସ୍ବର୍ଣ୍ଣରେ ଚମକିଛନ୍ତି । ଏଥିସହ ଭାରତୀୟ ମହିଳା ଟିମ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଟିମ ହେବାସହ ଟ୍ରଫି ବିଜେତା ହୋଇଛି ।

  • Montenegro mein dhamaal!

    🇮🇳 youth women pugilists sizzled in Budva as they won 5⃣ gold medals & finished as the top nation at the 30th #AdriaticPearl Championship. Kudos to all the players, coaching and support staffs. @AjaySingh_SG | @KirenRijiju #boxing #PunchMeinHaiDum pic.twitter.com/QAvNaEXAce

    — Boxing Federation (@BFI_official) February 22, 2021

ବାବିରୋଜିସାନା, ଉଜବେକିସ୍ତାନର ସବିନା ବାବୋକୁଲୋଭାଙ୍କୁ ହରାଇଥିବାବେଳେ, ଅରୁନ୍ଧତୀ ଉକ୍ରେନର ମାରିନା ଷ୍ଟୋଇକୋଙ୍କୁ ଫାଇନାଲରେ ପରାସ୍ତ କରିଥିଲେ । ତେବେ 64 କିଲୋଗ୍ରାମ ବର୍ଗରେ ଲକି ରାଣା ଫିନଲାଣ୍ଡର ଲିଆ ପୁକଲାଙ୍କ ଠାରୁ ହାରିବା ସହ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.