୧୦ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନୱାଡ଼ି କର୍ମୀ
Breaking

୧୦ଦଫା ନେଇ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ୨ ହଜାରରୁ ଅଧିକ ଅଙ୍ଗନବାଡି କର୍ମୀ, ପାଚିକା ଓ ସହାୟିକା । ତେବେ ଦାବି ପୂରଣ ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବା ସହ ବିଧାନସଭା ଓ ଲୋକସଭା ଘେରାଓ କରାଯିବ ବୋଲି ଚେତାବନୀ ଦେଇଛନ୍ତି କର୍ମୀ । ଅଧିକ ପଢନ୍ତୁ...

ଅନୁଗୋଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନୱାଡ଼ି କର୍ମୀ । ବିଭିନ୍ନ ଦାବି ନେଇ ଅଙ୍ଗନବାଡି କର୍ମୀ, ପାଚିକା ଓ ସହାୟିକା ମହାସଂଘ ପକ୍ଷରୁ ଗତକାଲି(ସୋମବାର) ଵିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଏମଏସ ସହାୟତାରେ ୨ହଜାରରୁ ଅଧିକ ଅଙ୍ଗନବାଡି କର୍ମୀ, ପାଚିକା ଓ ସହାୟିକା ଶୋଭାଯାତ୍ରା କରି ସହର ପରିକ୍ରମା କରିବା ପରେ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ। ଏବଂ ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

୧୦ଦଫା ନେଇ ଜିଲ୍ଲାପାଳଙ୍କ କଯ୍ୟାଳୟ ଘେରିଲେ ଅଙ୍ଗନୱାଡ଼ି କର୍ମୀ

ତେବେ ସମସ୍ତ କର୍ମଚାରୀମାନଙ୍କୁ ସରକାରୀ ଚାକିରୀ ମାନ୍ୟତା ପ୍ରଦାନ କରିବା, ସର୍ବନିମ୍ନ ଦରମା ୧୮ ହଜାର କରିବା, ଅଙ୍ଗନବାଡି କେନ୍ଦ୍ରଗୁଡିକୁ ପ୍ରାଥମିକ ସ୍କୁଲ ମାନ୍ୟତା ଦେବା, ଗ୍ରୀଷ୍ମ ଅବକାଶ ପ୍ରଦାନ କରିବା ଆଦି ୧୦ଦଫା ଦାବି ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ସରକାର ଏହି ଦାବିଗୁଡିକ ପୂରଣ ନକଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବା ସହ ବିଧାନସଭା ଓ ଲୋକସଭା ଘେରାଓ କରାଯିବ ବୋଲି ଚେତାବନୀ ଦେଇଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.