22 ଦିନରେ ପହଞ୍ଚିଲା ଏନଟିପିସି କୋଲମାଇନ୍ସ ବିସ୍ଥାପିତ ଝିଅଙ୍କ ଆନ୍ଦୋଳନ
ଏନଟିପିସି

ସୁନ୍ଦରଗଡ ଜିଲ୍ଲା ଦୁଲିଙ୍ଗା ଏନଟିପିସି କୋଲମାଇନ୍ସ ବିସ୍ଥାପିତ ଝିଅଙ୍କ ଆନ୍ଦୋଳନ ଆଜି 22 ଦିନରେ ପହଞ୍ଚିଛି । ଉପ ଜିଲ୍ଲାପାଳ ଆଲୋଚନା ପାଇଁ ଡାକି ନିରାଶ କରିଛନ୍ତି । ଆସନ୍ତାକାଲି ରାଜ୍ୟ ମାନବାଅଧିକାର କୋର୍ଟରେ ଉଠିବ ମାମଲା । ଅଭିଯୋଗ ଫର୍ଦ୍ଦର ହେବ ଶୁଣାଣି । ଅଧିକ ପଢନ୍ତୁ...

ସୁନ୍ଦରଗଡ : ଏନଟିପିସି ଦୁଲିଙ୍ଗା କୋଲ ମାଇନ୍ସ ବିସ୍ଥାପିତ ଝିଅଙ୍କ ସମସ୍ୟା ସମାଧାନର ରାହା ଘୁଞ୍ଚିଘୁଞ୍ଚି ଯିବାରେ ଲାଗିଛି । ଆର ଆଣ୍ଡ ଆର ପଲିସିରେ ବାପା ଓ ଭାଇଙ୍କୁ ଯେଉଁ ସୁବିଧା କମ୍ପାନୀ ଦେଇଛି ସେହି ସୁବିଧା ମଧ୍ୟ ସେମାନଙ୍କୁ ଦେବା ପାଇଁ ଦାବି କରି ଆଜକୁ 22 ଦିନରେ ତାଙ୍କ ଆନ୍ଦୋଳନ ପହଞ୍ଚିଛି । ଆନ୍ଦୋଳନକାରୀଙ୍କୁ ଆଲୋଚନା ପାଇଁ ଡାକି ଆଜି ପୁଣି ଥରେ ଉପ ଜିଲ୍ଲାପାଳ ତଥା ଆର୍ ଆଣ୍ଡ ଆର୍ ପଲିସିର ଅଧ୍ୟକ୍ଷ ନିରାଶ କରିଛନ୍ତି । କେବଳ ସେତିକି ନୁହେଁ ମାନବାଧିକାର ପାଇଁ ଲଢୁଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଏହି ଆଲୋଚନା ପାଇଁ ନିମନ୍ତ୍ରଣ କରି ନିରାଶ କରିଛନ୍ତି । କେଉଁ ଭିତ୍ତିରେ ଏମାନଙ୍କୁ ସୁବିଧାରୁ ବଞ୍ଚିତ କରାଯାଇଛି ସେନେଇ ମଧ୍ୟ ତଥ୍ୟ ବା କାଗଜପତ୍ର ଦେଖାଇବାରେ ଉପଜିଲ୍ଲାପାଳ ଅସମର୍ଥ ହୋଇଛନ୍ତି ବେଲି ସେମାନେ ଅଭିଯୋଗ କରିଛନ୍ତି ।

ଏନଟିପିସି କୋଲମାଇନ୍ସ ବିସ୍ଥାପିତ ଝିଅଙ୍କ ଆନ୍ଦୋଳ 22 ଦିନରେ ପହଞ୍ଚିଛି
ଏନଟିପିସି ଦୁଲିଙ୍ଗା କୋଲମାଇନ୍ସ ଦ୍ୱାରା ବିସ୍ଥାପିତ ହୋଇଥିବା ମଝାପଡା , ଖପରି କଚ୍ଛାର , ଦୁଲିଙ୍ଗା ଓ ବେଲଡିହିର ବିସ୍ଥାପିତଙ୍କ ପରିବାରର ଏମାନେ ହେଉଛନ୍ତି ଝିଅ । ବିସ୍ଥାପିତ ଭାବେ କମ୍ପାନୀର ଫାଇନାଲ ସର୍ଭେ - 2013 ଓ ନୋଟିଫିକିସେନରେ ଏମାନଙ୍କ ନାମ ପଞ୍ଜିକୃତ ହୋଇଥିଲା । ଏମାନଙ୍କୁ କମ୍ପାନୀର ସମସ୍ତ ସୁବିଧା ତାଙ୍କ ପରିବାରର ପୁରଷ ସଦସ୍ୟଙ୍କ ପରି ମିଳିବ ବୋଲି ଉଲ୍ଲେଖ କରାଯାଇଥିଲା । ତେବେ କମ୍ପାନୀ ମାଇନିଂ ପରିଚାଳନା ବିଳମ୍ବ କରିବା ଓ ଇତି ମଧ୍ୟରେ ବଢିଲା ଝିଅ ମାନେ ବିବାହ ହେବା ପରେ କମ୍ପାନୀ ସେହି ଝିଅମାନଙ୍କ ନାମକୁ ଜାଣିବୁଝି ଆର୍ ଆଣ୍ଡ ଆର୍ ପଲିସି ଓ ନୋଟିଫିକେସନ – 2019 ରେ ବାଦ ଦେଇଛି । ଏହାକୁ କେନ୍ଦ୍ର କରି ଆର୍ ଆଣ୍ଡ ଆର୍ ପଲିସିରେ ଥିବା ସମସ୍ତ ସୁବିଧାରୁ ବଞ୍ଚିତ ହେବାର କାରଣ ନେଇ ଏମାନେ ବାରମ୍ବାର ଜିଲ୍ଲା ପ୍ରଶାସନ ଓ କମ୍ପାନୀର ଦ୍ୱାରସ୍ଥ ହୋଇ କିଛି ଲାଭ ନ ପାଇବାରୁ ଏନଟିପିସି (ଦୁଲିଙ୍ଗା) କାର୍ଯ୍ୟାଳୟ ସମ୍ମୁଖରେ ଫେବୃଆରୀ 1 ତାରିଖରୁ ଧାରଣା ଦେଇଥିବାବେଳେ ଆଜି ପ୍ରଶାସନର ଡକରାର ଆସି ପହଞ୍ଚିଛନ୍ତି । ତେବେ ସରକାରଙ୍କ ନିୟମ ଓ ମାନ୍ୟବର ସୁପ୍ରିମ କୋର୍ଟଙ୍କ ବ୍ୟବସ୍ଥାକୁ ଜିଲ୍ଲାପ୍ରଶାସନ ଓ କମ୍ପାନୀ ଏଡେଇ ଯାଇଥିବା ନଜରକୁ ଆସିଛି ବୋଲି ମାନବାଧିକାର ପାଇଁ ଲଢୁଥିବା ଅନୁଷ୍ଠାନ କହିଛି । କେବଳ ସେତିକି ନୁହେଁ ବିସ୍ଥାପିତଙ୍କ ପେଟରେ ଲାତ ମାରି, ସେମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରି କମ୍ପାନୀ ଓ ପ୍ରଶାସନ ମିଳିତ ଭାବେ ଏମାନଙ୍କୁ ଶୋଷଣ କରିଥିବା କଥା ସେ କହିଛନ୍ତି । ତେବେ ଏ ନେଇ ଆସନ୍ତାକାଲି ରାଜ୍ୟ ମାନବାଧିକାର କମିଶନଙ୍କ କୋର୍ଟରେ ଅଭିଯୋଗ ଫର୍ଦ୍ଦର ପ୍ରଥମ ଶୁଣାଣି ହେବ ବୋଲି ସେ କହିଛନ୍ତି । ଅପରପକ୍ଷେ ବିସ୍ଥାପିତଙ୍କ ନ୍ୟାୟ ପାଇଁ ପ୍ରଥମରୁ ଲଢୁଥିବା ତଥା ଲୋକସଭା ସାଂସଦଙ୍କ ନିର୍ଦ୍ଦେଶର କାମ କରୁଥିବା ସମାଜସେବୀ ମଧ୍ୟ ସମାନ ଆରୋପ ଲଗାଇଛନ୍ତି । କମ୍ପାନୀ ମାଇନିଂ ଆକ୍ଟିଭିଟିର ସଂପୂର୍ଣ୍ଣ ବ୍ୟତିକ୍ରମ କରି କାମ କରୁଥିବା ବେଳେ ଜିଲ୍ଲା ପ୍ରଶାସନ କମ୍ପାନୀକୁ ବ୍ୟତିକ୍ରମ କରିବାରେ ସାହାଯ୍ୟ କରୁଥିବା କଥା ସେ କହିଛନ୍ତି ।

ଆର୍ ଆଣ୍ଡ ଆର୍ ପଲିସିର ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ଏହି ବିସ୍ଥାପିତଙ୍କୁ ଆଲୋଚନା ପାଇଁ ବାରମ୍ବାର ଡାକି ଠକୁଥିବା କଥା କେତେକ ବିସ୍ଥାପିତ କହିବା ସହ ସମସ୍ୟାର ସମାଧାନ ନହେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି । ଅପରପକ୍ଷେ ଆର୍ ଆଣ୍ଡ ଆର୍ ପଲିସିର ଅଧ୍ୟକ୍ଷ ତଥା ସୁନ୍ଦରଗଡ ଉପଜିଲ୍ଲାପାଳ ଆର୍ ଆଣ୍ଡ ଆର୍ – 2006 ଅନୁଯାୟୀ ଏମାନେ ବଞ୍ଚିତ ହୋଇଥିବା କଥା କହିଛନ୍ତି । ନିୟମରେ କୌଣସି ବ୍ୟତିକ୍ରମ କରାଯାଇ ନଥିବା କଥା ସେ କହିଛନ୍ତି । ଏଥିରେ କାହାରି ସନ୍ଦେହ ହେଲେ ସେ କୋର୍ଟ ଅଫ୍ ଲୋ ( court of law )ର ଆଶ୍ରୟ ନେଇ ପାରନ୍ତି ବୋଲି କହିଛନ୍ତି । ତେବେ ଏହି ବିସ୍ଥାପିତ ମାନଙ୍କ ସମସ୍ୟାର ସମାଧାନ ନେଇ ସେ ରାଜସ୍ୱ ବିଭାଗକୁ ସ୍ପଷ୍ଟିକରଣ କରଣ ପାଇଁ ପତ୍ର ଲେଖିଥିବା କଥା ଆର୍ ଆଣ୍ଡ ଆର୍ ପଲିସିର ଅଧ୍ୟକ୍ଷ କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର , ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.