
ପ୍ରାଣୀଙ୍କ ସୁରକ୍ଷା ପାଇଁ ମୌନ ଅନଶନରେ ବସିଛନ୍ତି ଅନୁଗୋଳ ଜିଲ୍ଲା ତାଳଚେର ପିପୁଲ ଫର ଆନିମଲର କର୍ମକର୍ତ୍ତା। ଅଧିକ ପଢନ୍ତୁ...
ଅନୁଗୋଳ: ପ୍ରାଣୀଙ୍କ ସୁରକ୍ଷା ପାଇଁ ମୌନ ଅନଶନରେ ବସିଛନ୍ତି ଅନୁଗୋଳ ଜିଲ୍ଲା ତାଳଚେର ପିପୁଲ ଫର ଆନିମଲର କର୍ମକର୍ତ୍ତା। ପ୍ରଣୀ ମାନଙ୍କ ସୁରକ୍ଷା ପାଇଁ ଥିବା ଆଇନକୁ କାର୍ଯ୍ୟକାରୀ କରିବା ଦାବିରେ ସେମାନେ ଏହି ମୌନ ଅନଶନରେ ବସିଛନ୍ତି । ଅନୁଗୋଳରେ ପ୍ରାଣୀ ସମ୍ପଦ ବିଭାଗ ଠିକରେ ତାର କାର୍ଯ୍ୟ କରୁନାହିଁ। ଅଧିକାଂଶ ସମୟରେ ପ୍ରାଣୀ ସମ୍ପଦଙ୍କ ଚିକିତ୍ସା ଅଭାବରୁ ମୃତ୍ୟୁ ହେଉଥିବା ବେଳେ ସେମାନଙ୍କ ଚିକିତ୍ସା ପ୍ରତି ବିଭାଗର ଦୃଷ୍ଟି ରହୁ ନାହିଁ।
ଏପରିକି ବିଭିନ୍ନ ସମୟରେ ଦୁର୍ଘଟଣାରେ ଗୋରୁ ଗାଈଙ୍କ ମୃତ୍ୟୁ ହେଉଥିଲେ ମଧ୍ୟ ସେମାନଙ୍କ ଚିକିତ୍ସା କରାଯାଉ ନାହିଁ। ଯାହା ପ୍ରତି ବିଭାଗ ନଜର ଦେଉ ନଥିବାରୁ ଏହି ପ୍ରତିବାଦ କରିଛନ୍ତି ପିପୁଲସ ଫର ଆନିମାଲର ସଦସ୍ୟ ମାନେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ