ବିରୋଧ ସତ୍ତ୍ଵେ ବସ୍ତି ଉଚ୍ଛେଦ ଜାରି ରଖିଛି ବଲାଙ୍ଗୀର ପ୍ରଶାସନ । ଅଧିକ ପଢନ୍ତୁ...
ବଲାଙ୍ଗୀର: ବିରୋଧ ସତ୍ତ୍ଵେ ଜାରି ରହିଛି ବସ୍ତି ଉଚ୍ଛେଦ ପ୍ରକ୍ରିୟା । ଯେଉଁଥିରେ ଆଜି ବଲାଙ୍ଗୀର କରଙ୍ଗା କଟାବନ୍ଧ ଆଡି ଓ ମାରୱାଡ଼ି ବନ୍ଧ ଆଡିର ଜବରଦଖଲ ଉଚ୍ଛେଦ କରୁଛି ଜିଲ୍ଲା ପ୍ରଶାସନ। ତେବେ ଦୀର୍ଘ 30 ବର୍ଷ ହେବ ଏଠି 77ଟି ଗରିବ ପରିବାର ଘର କରି ରହି ଆସୁଥିଲେ। ଏବଂ ଏମାନଙ୍କ ବିନା ଥଇଥାନରେ ଏମାନଙ୍କୁ ଉଚ୍ଛେଦ କରାଯାଉଥିବାବେଳେ ଏମାନେ ଏହାକୁ ଆଜି ତୀବ୍ର ବିରୋଧ କରିଥିବା ଦେଖିବାକୁ ମିଳିଛି ।
ସେପଟେ ପ୍ରଶାସନ ଦୁଇ ପ୍ଲାଟୁନ ପୋଲିସ ବଳ ମୂତୟନ କରି ଆଜି ଏହି ଉଚ୍ଛେଦ କରୁଛି । ତେବେ ଜଳାଶୟର ପୁନରୁଦ୍ଧାର ଓ ବିକାଶ ପାଇଁ ଏହି ଉଚ୍ଛେଦ କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିପରି ଯୋଗ୍ୟ ଗରିବ ଲୋକଙ୍କୁ ଘର ପାଇଁ ଜମି ଯୋଗାଇ ଦିଆଯିବ ଓ ତାର ପ୍ରକ୍ରିୟା ଜାରି ରହିଥିବାର ମଧ୍ୟ ପ୍ରଶାସନ କହିଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ