3 ଆନ୍ତଃଜିଲ୍ଲା ଗାଡ଼ି ଚୋରକୁ ଗିରଫ କଲା ବଲାଙ୍ଗୀର ପୋଲିସ, ଦୁଇ ଗାଡି ଉଦ୍ଧାର
Breaking

ପୋଲିସକୁ ମିଳିଛି ସଫଳତା। ତିନି ଜଣିଆ ଆନ୍ତଃଜିଲ୍ଲା ଗାଡ଼ି ଚୋରକୁ ଧରିବା ସହ ଦୁଇଟି ଚାରି ଚକିଆ ଚୋରି ଗାଡ଼ି ଉଦ୍ଧାର କରିଛି ବଲାଙ୍ଗୀର ପୋଲିସ। ଅଧିକ ପଢନ୍ତୁ...

ବଲାଙ୍ଗୀର: ପୋଲିସକୁ ମିଳିଛି ସଫଳତା। ତିନି ଜଣିଆ ଆନ୍ତଃଜିଲ୍ଲା ଗାଡ଼ି ଚୋରକୁ ଧରିବା ସହ ଦୁଇଟି ଚାରି ଚକିଆ ଚୋରି ଗାଡ଼ି ଉଦ୍ଧାର କରିଛି ବଲାଙ୍ଗୀର ପୋଲିସ।

3 ଆନ୍ତଃଜିଲ୍ଲା ଗାଡ଼ି ଚୋରକୁ ଗିରଫ କଲା ବଲାଙ୍ଗୀର ପୋଲିସ,ଦୁଇ ଗାଡି ଉଦ୍ଧାର

ବଲାଙ୍ଗୀର ଦେଓଗାଁ ପୋଲିସକୁ ବିଶ୍ଵସ୍ତ ସୂତ୍ରରୁ ଖବର ମିଳିବା ପରେ ପୋଲିସ୍ ଶିକୁଆଁ ଦେଓଗାଁ ରାସ୍ତାରେ ଏକ ପିକଅପ ଭ୍ୟାନ୍ ସହିତ ତିନି ଜଣଙ୍କୁ ଧରିଥିଲା। ଏବଂ ତଦନ୍ତ ପରେ ଏହି ପିକଅପ ଭ୍ୟାନ ଗାଡ଼ିଟି ଚୋରି ଗାଡ଼ି ବୋଲି ଜଣାପଡିଥିଲା । ସେହିପରି ଅଧିକ ତଦନ୍ତ ପରେ ପୋଲିସ୍ ଏମାନଙ୍କ ଠାରୁ ବରଗଡ ଭେଡେନରୁ ଚୋରି ହୋଇଥିବା ଅନ୍ୟ ଏକ ବୋଲେରୋ ପିକ୍ ଅପଭ୍ୟାନ ମଧ୍ୟ ଉଦ୍ଧାର କରିଥିଲା। ଏବଂ ଗିରଫ ହୋଇଥିବା ତିନି ଅଭିଯୁକ୍ତ ଦେଓଗାଁର ନେପାଲ ପୋଢ଼, ବଲାଙ୍ଗୀର ମାଲ ପଡ଼ାର ରିତେଶ ବିଶି ଓ ବଲାଙ୍ଗୀର ଆନନ୍ଦ ନଗରର ବିରେନ୍ଦ୍ର ବିକ୍ରମ ସିଂହ କୁ ପୋଲିସ୍ କୋର୍ଟ ଚାଲାଣ କରିଛି। ତେବେ ଏହି ଅଭିଯୁକ୍ତ ମାନେ ଆଖପାଖ ଜିଲ୍ଲାରୁ ଚାରି ଚକିଆ ଗାଡ଼ି ଚୋରି କରି ତାକୁ ବିଭିନ୍ନ ପ୍ରକାରର ଚୋରା କାମରେ ବ୍ୟବହାର କରୁଥିବାର ପୋଲିସ୍ କହିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.