
ବଲାଙ୍ଗୀର ପାଟଣାଗଡ଼ରେ ସଡକ ଦୁର୍ଘଟଣା । ବାଇକ ଓ ପିକ ଅପ୍ ଭ୍ୟାନ ମୁହାମୁହିଁ ଧକ୍କାରେ ବାପା ମୃତ, ପୁଅ ଗୁରୁତର । ଅଧିକ ପଢନ୍ତୁ...
ବଲାଙ୍ଗୀର: ପାଟଣାଗଡ଼ରେ ସଡକ ଦୁର୍ଘଟଣା । ବାଇକ ଓ ପିକ ଅପ୍ ଭ୍ୟାନ ମୁହାମୁହିଁ ଧକ୍କାରେ ବାପା ମୃତ, ପୁଅ ଗୁରୁତର । ମୃତକ ଜଣକ ହେଲେ ବଡଉଡେନ ଗାଁର ରୁକୁଣ ବରିହା। ସୂଚନାଅନୁସାରେ, ଶ୍ବଶୁର ଘରୁ ବାପା ରୁକୁଣ ପୁଅ ଦୁର୍ଲଭ ସହ ବାଇକରେ ଘରକୁ ଫେରୁଥିବା ବେଳେ ବାଟରେ ପାଟଣାଗଡ଼ ଧଅରା ଦାଦର ଠାରେ ବିପରୀତ ଦିଗରୁ ଆସୁଥିବା ପିକଅପ୍ ଭ୍ୟାନ ସହ ମୁହାମୁଁହି ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ରୁକୁଣ ବାରିହାଙ୍କ ମୃତ୍ୟୁ ହୋଇଥିଲା ।
ସେପଟେ ଗୁରୁତର ଅବସ୍ଥାରେ ଦୁର୍ଲଭକୁ ପାଟଣାଗଡ଼ ଡାକ୍ତରଖାନା ଭର୍ତ୍ତି କରାଯାଇଥିବା ବେଳେ ଏବେ ତାର ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା କୁହାଯାଇଛି। ଖବର ପାଇ ପାଟଣାଗଡ଼ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛି। ତେବେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ପିକଅପ ଭ୍ୟାନ ଧରି ଫେରାର ହୋଇଥିବା ଜଣାପଡିଛି।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ