ଏମିତି ବିବାହ: ଜେଲରୁ ଆସି ବେଦୀରେ ବସିଲା ବର
Breaking

ବାଲେଶ୍ବର ସହରର ରାଜବଗିଚା ନିକଟସ୍ଥ ରାଧାକୃଷ୍ଣ ମନ୍ଦିରରେ ଅନୁଷ୍ଠିତ ହୋଇଛି ଏକ ନିଆରା ବିବାହ। ଯେଉଁ ବିବାହରେ ଜେଲରୁ ଆସି ବାହାବେଦୀରେ ବସିଥିଲେ ବର। ଅଧିକ ପଢନ୍ତୁ...

ବାଲେଶ୍ବର: ରାଧାକୃଷ୍ଣ ମନ୍ଦିରରେ ଅନୁଷ୍ଠିତ ହୋଇଛି ଏକ ନିଆରା ବିବାହ । ବାଲେଶ୍ବର ସହରର ରାଜବଗିଚା ନିକଟସ୍ଥ ରାଧାକୃଷ୍ଣ ମନ୍ଦିରରେ ଅନୁଷ୍ଠିତ ହୋଇଛି ଏକ ନିଆରା ବିବାହ। ଯେଉଁ ବିବାହରେ ଜେଲରୁ ଆସି ବାହାବେଦୀରେ ବସିଥିଲେ ବର।

ଜେଲରୁ ଆସି ବାହାବେଦୀରେ ବସିଲେ ବର

ଦେବୀପ୍ରସାଦ ମିଶ୍ରଙ୍କ ସହ ନଗମା ପରବିନଙ୍କ ପଡ଼ିଛି ହାତଗଣ୍ଠି। ୨ବର୍ଷ ତଳେ ନଗମା ଓ ଦେବିପ୍ରସାଦ ଉଭୟ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ। ସେଇଠି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା।

ପରବିନ ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ଦେବୀପ୍ରସାଦଙ୍କ ଘରଲୋକ ଉଭୟଙ୍କ ବାହାଘର ପାଇଁ ରାଜି ହୋଇ ନହେବାରୁ ଦେବୀପ୍ରସାଦ ମଧ୍ୟ ପରବିନଙ୍କ ଠାରୁ ଦୂରେଇ ଯାଇଥିଲେ। ପରବିନ ଏହାକୁ ନେଇ ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ମୂଳେ ଦେବୀପ୍ରସାଦଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ସେହିଦିନ ଠୁଁ ଦେବୀପ୍ରସାଦ ବାଲେଶ୍ଵର ଜେଲରେ ଥିଲେ। ଏହି ଘଟଣା ପରେ ଉଭୟଙ୍କ ଓକିଲ ଏହାର ସମାଧାନ କରିବାକୁ ପ୍ରୟାସ କରିଥିଲେ।

ଉଭୟଙ୍କ ବାହାଘର କରିବା ପାଇଁ କୋର୍ଟଙ୍କ ଅନୁମତି ମିଳିବା ପରେ ଜେଲରୁ ଦେବୀପ୍ରସାଦଙ୍କୁ ନିଆଯାଇ ପରବିନଙ୍କ ସହ ପ୍ରଥମେ କୋର୍ଟ ମ୍ୟାରେଜ କରାଯାଇଥିଲା। ପରେ ରାଧାକୃଷ୍ଣ ମନ୍ଦିରରେ ପରବିନଙ୍କ ଧର୍ମ ପରିବର୍ତ୍ତନ କରାଯାଇ ଦେବୀପ୍ରସାଦଙ୍କ ସହ ବିବାହ କରାଯାଇଛି। ବିବାହ ପରେ ପୁଣି ଦେବୀପ୍ରସାଦଙ୍କୁ ଜେଲ ଯିବାକୁ ପଡ଼ିଛି। ଏକମାସ ମଧ୍ୟରେ ତାଙ୍କୁ ଜାମିନ ମିଳିବ ବୋଲି ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.