ବାହାଘର ପ୍ରୋସେସନ ପାଇଁ ଅଟକିଲା ଆମ୍ବୁଲାନ୍ସ
ଆମ୍ବୁଲାନ୍ସ

ରାସ୍ତା ଉପରେ ଲୋକମାନେ ବାହାଘର ପ୍ରୋସେସନ ପାଇଁ ଏତେ ମସଗୁଲ ପଛପଟେ ଆମ୍ବୁଲାନ୍ସ ସାଇରନ ମଧ୍ୟ କାହାକୁ ଶୁଭୁନି । ଦୀର୍ଘ ସମୟ ଆମ୍ବୁଲାନ୍ସ ଯିବାରେ ବାଧା ଉପୁଜିଥିଲା । ଅଧିକ ପଢନ୍ତୁ...

ବାଲେଶ୍ୱର: ରାସ୍ତା ଉପରେ ଚାଲିଛି ବାହାଘର ପ୍ରୋସେସନ । ଲୋକମାନେ ନାଚରେ ଏତେ ମସଗୁଲ ପଛପଟେ ଆମ୍ବୁଲାନ୍ସ ସାଇରନ ମଧ୍ୟ କାହାକୁ ଶୁଭୁନି । ରାସ୍ତାରେ ପ୍ରୋସେସନ ଚାଲୁଥିବାରୁ ରାସ୍ତା ମଧ୍ୟ ଜାମ ହୋଇଛି । ଆମ୍ବୁଲାନ୍ସ ପାଇଁ ସତେ ଯେମିତି ବାହାଘରର ଡିଜେ ଗାଡି ବାଟ ଓଗାଳୁଛି ।

ଆମ୍ବୁଲାନ୍ସ ବାଟରେ ବାଧକ ବାହାଘର ପ୍ରୋସେସନ

ଏ ଦୃଶ୍ୟ ହେଉଛି ବାଲେଶ୍ଵର ସହର ଜେଲରୋଡ଼ର । ଯେଉଁ ରାସ୍ତା ଦେଇ ପ୍ରତିଦିନ ଅନେକ ଆମ୍ବୁଲାନ୍ସ ରୋଗୀ ନେଇ ମେଡିକାଲ ଯିବାଆସିବା କରିଥାଏ । ସେହି ରାସ୍ତାରେ 21 ତାରିଖ ରାତିରେ ଏକ ବାହାଘର ପ୍ରୋସେସନ ପାଇଁ ଆମ୍ବୁଲାନ୍ସ ଯିବାରେ ଉପୁଜିଥିଲା ବାଧା । କରୋନା କଟକଣା କୋହଳ ହେବାପରେ ବାହାଘର ପ୍ରୋସେସନ ପାଇଁ ଅନୁମତି ମିଳିଛି ହେଲେ ରାସ୍ତା ଜାମ କରି ପ୍ରୋସେସନ କରାଯାଉଥିବା ଘଟଣା ପୋଲିସ ପ୍ରଶାସନ ଆଖିରେ ନପଡିବା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ।

ବେଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.