
ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଏଡିଜିଏମ କୋର୍ଟ ବିଚାରପତି ତଥା ପକ୍ସୋ ବିଚାରପତି ଗିରିଜା ଶଙ୍କର ମହାପାତ୍ର ମାମଲାର ଶୁଣାଣି କରି ଆସାମୀକୁ ଆଜୀବନ କାରାଦଣ୍ଡ ସହ 25 ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ଆସାମୀକୁ ଆଉ ଅଧିକ 1 ବର୍ଷ କାରାଦଣ୍ଡ ପାଇଁ ରାୟରେ ଉଲ୍ଲେଖ ହୋଇଛି । ଅଧିକ ପଢନ୍ତୁ...
ବାଲେଶ୍ୱର : ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଏଡିଜିଏମ କୋର୍ଟ ବିଚାରପତି ତଥା ପକସୋ ବିଚାରପତି ଗିରିଜା ଶଙ୍କର ମହାପାତ୍ର ମାମଲାର ଶୁଣାଣି କରି ଆସାମୀକୁ ଆଜୀବନ କାରାଦଣ୍ଡ ସହ 25 ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆସାମୀକୁ ଆଉ ଅଧିକ 1 ବର୍ଷ କାରାଦଣ୍ଡ ପାଇଁ ରାୟରେ ଉଲ୍ଲେଖ ହୋଇଛି ।
ସୂଚନା ଅନୁସାରେ, ନାବାଳିକାର ଘର ନୀଳଗିରି ଅଞ୍ଚଳରେ ହୋଇଥିବା ବେଳେ ପରିବାର ଲୋକେ ଜଳେଶ୍ୱରରେ ଭଡା ନେଇ ରହୁଥିଲେ । ସେହି ଅଞ୍ଚଳରେ ଭଡାରେ ରହୁଥିବା ସୋର ଅଞ୍ଚଳର ବଂଶୀଧର ମହାରଣା ନାମକ ଯୁବକ 2017 ନଭେମ୍ବର 3 ତାରିଖରେ ଜଣେ 5 ବର୍ଷର ନାବାଳିକାଙ୍କୁ ତା ଘରକୁ ଡାକି ତାଙ୍କ ସହ ଦୁଷ୍କର୍ମ କରିଥିଲା । ନାବାଳିକା ଜଣଙ୍କ ଘଟଣା ସମ୍ପର୍କରେ ବାପା ମାଙ୍କୁ କହିବା ପରେ ଜଳେଶ୍ୱର ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ଅଭିଯୋଗ ମୂଳେ ଜଳେଶ୍ୱର ଥାନାରେ 337/17 ମୂଳେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ବଂଶୀଧରକୁ ପୋଲିସ ଗିରଫ କରିଥିଲା । ସେବେଠାରୁ ଏହି ମାମଲା ବିଚାରାଧୀନ ଥିଲା । ସମସ୍ତ ଦସ୍ତାବିଜ, ସାକ୍ଷୀଙ୍କ ବୟାନ ସଂଗ୍ରହ ପରେ ଏହି ମାମଲାର ଶୁଣାଣି କରାଯାଇଛି । ଏହି ମାମଲାକୁ ସରକାରୀ ଓକିଲ ପ୍ରଣବ ପଣ୍ଡା ପରିଚାଳନା କରିଥିଲେ ।
ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ