ମିଟ ଶିକ୍ଷାନୁଷ୍ଠାନର ୨୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
Breaking

ବରଗଡ଼ ଜିଲ୍ଲାର ମିଟ ଶିକ୍ଷାନୁଷ୍ଠାନର ୨୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ବରଗଡ଼: ଜିଲ୍ଲାର ବିଜୁ ପଟ୍ଟନାୟକ ଟାଉନ ହଲଠାରେ ମିଟ ଶିକ୍ଷାନୁଷ୍ଠାନର ୨୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବା ଏବଂ ଉଜ୍ଵଳ ଭବିଷ୍ୟତ ଗଢିବା ପାଇଁ ମୁଖ୍ୟାଅତିଥି ଭାବେ ବରଗଡ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

ମିଟ ଶିକ୍ଷାନୁଷ୍ଠାନର ୨୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଏହି ଉତ୍ସବରେ ଶହ ଶହ ଛାତ୍ର ଛାତ୍ରୀଙ୍କ ସମେତ ମୁଖ୍ୟ ଅତିଥି ଭାବେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଦୀପ ପ୍ରଜ୍ଜ୍ବଳନ କରିବା ସହ ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବା ଏବଂ ଉଜ୍ଵଳ ଭବିଷ୍ୟତ ଗଢିବା ପାଇଁ ଉଦବୋଧନ ଦେଇଥିଲେ ।

ଏହି ଅନୁଷ୍ଠାନରୁ ପ୍ରାୟ 13 ହଜାରରୁ ଅଧିକ ପାଠ ପଢିସାରିଥିବା ବେଳେ ପିଲାମାନଙ୍କ ପ୍ଲେସମେଣ୍ଟ ଉପରେ ଅନୁଷ୍ଠାନ ଅଧିକ ଗୁରୁତ୍ବ ଦିଆଯାଉଛି ବୋଲି ନିର୍ଦ୍ଦେଶକ ସରୋଜ କୁମାର ମାଝି କହିଛନ୍ତି । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ଦେଇ କୋଭିଡର ଦ୍ଵିତୀୟ ପର୍ଯାୟ କାରଣରୁ ସଚେତନ ରହିବା ପାଇଁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ଏହାସହିତ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଗରିବ ଶ୍ରେଣୀର ଲୋକଙ୍କ ନିକଟରେ ପହଞ୍ଚିବା ଉତ୍ସବରେ ବାର୍ତ୍ତା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.