କଂଗ୍ରେସର ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀ
କଂଗ୍ରେସର

ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ..

ଭଦ୍ରକ: ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ ରାଉତରାୟ ଯୋଗ ଦେଇ ଭଦ୍ରକର ମୁଖ୍ୟ ଦାବି ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବା, ସରକାରୀ ଦଳର ନିର୍ବାଚିତ ପ୍ରତିନିଧି କାହିଁକି ଚାହୁଁ ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ।

କଂଗ୍ରେସର ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀ

ବିଧାନସଭା ନେତା ନଳିନୀ ମହାନ୍ତି ତାଙ୍କ ବକ୍ତବ୍ୟରେ ଜିଲ୍ଲାରେ ବଢି ଚାଲିଥିବା ନିଶା କାରବାରରେ ସଂପୃକ୍ତ ବ୍ୟକ୍ତି ସରକାରୀ ଦଳର ବାହୁଛାୟା ତଳେ ରହି ଶାନ୍ତିପ୍ରିୟ ଭଦ୍ରକ ମାଟିକୁ ଅଶାନ୍ତ କରୁଛନ୍ତି ବୋଲି ସୁର ଅଭିଯୋଗ କରିଛନ୍ତି ।

ମୁଖ୍ୟବକ୍ତା ଭାବେ ପ୍ରଦେଶ କଂଗ୍ରେସର ପୂର୍ବତନ ଗଣମାଧ୍ୟମ ମୁଖ୍ୟ ସତ୍ୟପ୍ରକାଶ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭଦ୍ରକରେ କଂଗ୍ରେସ ଦଳ ଶିକ୍ଷାକୁ ଗୁରୁତ୍ବ ଦେଇ ଇଂଜିନିୟରିଂ ସ୍କୁଲ, ଭଦ୍ରକ କଲେଜ ଭଳି ଶିକ୍ଷାନୁଷ୍ଠାନ ଠିଆ କରୁଥିବା ବେଳେ ଏବେର ଶାସନ କ୍ଷମତାରେ ଥିବା ବିଜେଡି ଯୁବକମାନଙ୍କୁ ନିଶାସକ୍ତ କରି ପଥଭ୍ରଷ୍ଟ କରିଚାଲିଛନ୍ତି ବୋଲି କହିଥିଲେ ।

ତେଣୁ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦଳ ଭଦ୍ରକ ପୌରପାଳିକା ଦଖଲ କରିବା ସହ ପଞ୍ଚାୟତ ଓ ଜିଲ୍ଲା ପରିଷଦରେ ଭଲ ପ୍ରଦର୍ଶନ କରିବ । ସେଥିପାଇଁ କର୍ମୀମାନେ ଏକଜୁଟ୍ ରହି ଏ ଜନ ବିରୋଧୀ ସରକାର ବିରୁଦ୍ଧରେ ଲଢେଇ ଜାରି ରଖିବାକୁ ଆହ୍ମାନ ଦେଇଥିଲେ । ଏହି ଅବସରରେ ପଞ୍ଚାୟତ ସ୍ତରର ୫ଜଣ ଓ ପୌରାଞ୍ଚଳର ୫ଜଣ ବରିଷ୍ଠ କଂଗ୍ରେସ କର୍ମୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବନ୍ଧୁ ମିଳନ ଉତ୍ସବରେ ୩୬ ପଞ୍ଚାୟତ ଓ ୩୦ ପୌରାଞ୍ଚଳ ୱାର୍ଡରୁ ଶତାଧିକ କର୍ମକର୍ତ୍ତା ଓ ନେତୃମଣ୍ଡଳୀ ଯୋଗ ଦେଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.