ଗୋରୁ ବୋଝେଇ ଗାଡି ଜବତ, ଡ୍ରାଇଭର ଫେରାର
Breaking

ଭଦ୍ରକ ଜିଲ୍ଲା ଚରମ୍ପା ଛକ ନିକଟରେ ବେଆଇନ ଗୋରୁ ବୋଝେଇ ଗାଡି ଜବତ । 20ଟି ଗୋରୁ ଉଦ୍ଧାର । ଅଧିକ ପଢନ୍ତୁ...

ଭଦ୍ରକ: ପଣ୍ଡ ହେଲା ବେଆଇନ ଗୋରୁ ଚାଲାଣ । ଭଦ୍ରକ ଜିଲ୍ଲା ଟାଉନ ଥାନା ପୋଲିସ ବେଆଇନ ଭାବେ ଗୋରୁ ଚାଲାଣ କରୁଥିବା ଏକ ପିକଅପ ଭ୍ୟାନକୁ ଜବତ କରିବା ସହିତ 20ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି ।

ଗୋରୁ ବୋଝେଇ ଗାଡି ଜବତ

ଜିଲ୍ଲାରେ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ନେଇ ପୋଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା । ଜିଲ୍ଲାର ଚରମ୍ପା ଛକ ନିକଟରେ କଡାକଡି ଯାଞ୍ଚ କରାଯାଇଥିଲା । ଫଳରେ ବେଆଇନ ଭାବେ ଚାଲାଣ ହେଉଥିବା ଗୋଟିଏ ଗାଡିକୁ ଅଟକ ରଖିଥିଲା । ସେଥିରୁ 20ଟି ଗୋରୁଙ୍କୁ ଉଦ୍ଧାର କରିଛି ପୋଲିସ ।

ଗାଡିଟିକୁ ଛାଡି ଡ୍ରାଉଭର ଫେରାର ହୋଇଯାଇଥିବା ଜଣାପଡିଛି । ସମସ୍ତ ଗୋରୁଙ୍କୁ ବେଆଇନ ଭାବେ ଭଦ୍ରକରୁ କୋଲକାତା ଚାଲାଣ ହେଉଥିବା ପୋଲିସର ଅନୁସନ୍ଧାନରୁ ଜଣାପଡିଛି । ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.