ଭଦ୍ରକ ଜିଲ୍ଲା ଚରମ୍ପା ପରସିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁନ୍ତଳା ଗ୍ରାମରେ ଏକ ସମାଜିକ ସଙ୍ଗଠନ ପକ୍ଷରୁ ନିଆରା ପ୍ରୟାସ କରାଯାଇଛି । "ଗଣିତକୁ ଆଉ ଡରିବୁ ନାହିଁ ଗଣିତ କରିବୁ ହାଟକୁ ଯାଇ" ଏହି ନାରାବାଜି ରଖି ପରସିଙ୍ଗା ଗ୍ରାମ ଶିବ ମନ୍ଦିର ନିକଟରେ ଗଣିତ ହାଟ ନାମରେ ଏକ ପ୍ରୟାସ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...
ଭଦ୍ରକ: ଭଦ୍ରକ ଜିଲ୍ଲା ଚରମ୍ପା ପରସିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁନ୍ତଳା ଗ୍ରାମରେ ଏକ ସମାଜିକ ସଙ୍ଗଠନ ପକ୍ଷରୁ ନିଆରା ପ୍ରୟାସ କରାଯାଇଛି । "ଗଣିତକୁ ଆଉ ଡରିବୁ ନାହିଁ ଗଣିତ କରିବୁ ହାଟକୁ ଯାଇ" ଏହି ନାରାବାଜି ରଖି ପରସିଙ୍ଗା ଗ୍ରାମ ଶିବ ମନ୍ଦିର ନିକଟରେ ଗଣିତ ହାଟ ନାମରେ ଏକ ପ୍ରୟାସ ଆରମ୍ଭ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଛୋଟ ଛୋଟ ପିଲାମାନେ ଯୋଗ ଦେଇ ଛୋଟ ଦୋକାନ, ଗୁପଚୁପ, ବୁକ୍ ଷ୍ଟୋର, ବସ୍ତ୍ର, ଆଚାର, ବାଦାମ, ଲଙ୍କାଚପ ପରି ଅନେକ ଦୋକାନ କରି ହିସାବ ମାଧ୍ୟମରେ ଗଣିତକୁ ଭଲ ଭାବରେ ବୁଝି ପାରିବା ପାଇଁ ପ୍ରୟାସ କରାଯାଇଛି । ଅପରାହ୍ନ 3 ଟାରୁ 5 ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁରହିଥିଲା । ଏହି କାର୍ଯ୍ୟକ୍ରମରେ ସଂଗଠନର ସମସ୍ତ ସଦସ୍ୟ ଉପସ୍ଥିତ ରହି ପିଲାମାନଙ୍କୁ ଶିକ୍ଷା ଦେବା ସହ ଗଣିତ ଶିକ୍ଷା ମଧ୍ୟ ଦେଇଥିଲେ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ