ଆଜିଠୁ ବନ୍ଦ ରହିବ ଜିରାଙ୍ଗ ବୌଦ୍ଧ ମନ୍ଦିର
ଆଜିଠୁ 10 ଦିନ ପାଇଁ ବନ୍ଦ ରହିବ ଜିରାଙ୍ଗର ପ୍ରସିଦ୍ଧ ବୌଦ୍ଧ ମନ୍ଦିର । ତିବ୍ଦତୀୟ ମାନଙ୍କ ମହା ସାଧନ ପୂଜା ପାଇଁ ବନ୍ଦ ରହିବ ମନ୍ଦିର । ଅଧିକ ପଢନ୍ତୁ...
ଗଜପତି: ଆଜି ଠାରୁ 10 ଦିନ ପାଇଁ ବନ୍ଦ ରହିବ ଜିରାଙ୍ଗର ପ୍ରସିଦ୍ଧ ବୌଦ୍ଧ ମନ୍ଦିର । ତିବ୍ଦତୀୟ ମାନଙ୍କ ମହା ସାଧନ ପୂଜା ପାଇଁ ବନ୍ଦ ରହିବ ମନ୍ଦିର । ଏହି ସମୟରେ ପର୍ଯ୍ୟଟକଙ୍କ ମନ୍ଦିର ମଧ୍ୟରେ ପ୍ରବେଶ ଉପରେ କଟକଣା ଲଗାଯାଇଛି ।
ଆଜିଠାରୁ ବନ୍ଦ ରହିବ ଜିରାଙ୍ଗ ବୌଦ୍ଧ ମନ୍ଦିର
ବୌଦ୍ଧ ଧର୍ମର ନୂତନ ବର୍ଷର ଆରମ୍ଭରେ ଏହି ମହାସାଧନ ପୂଜାର ଆୟୋଜନ କରାଯାଇଛି । ଏଥିପାଇଁ ସମସ୍ତ ପର୍ଯ୍ୟଟକଙ୍କ ଲାଗି ଜିରାଙ୍ଗ ବୌଦ୍ଧ ମନ୍ଦିର ବନ୍ଦ ରହିବ ଏବଂ ଯଦି ପର୍ଯ୍ୟଟକ ଆସିବେ ତେବେ ଖସଡ଼ା ଜଳ ପ୍ରପାତ ପରିଦର୍ଶନ କରିବେ ବୋଲି ଲାମା ଗୁରୁଜୀ ସୂଚନା ପ୍ରଦାନ କରିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ