ବଢୁଛି ସଡକ ଜବରଦଖଲ ସମସ୍ୟା, ପୌର ପ୍ରଶାସନର କଡା ଆଭିମୁଖ୍ୟ
ବଢୁଛି

ବେପରୁଆ ତଥା ଦ୍ରୁତ ଗତିରେ ଗାଡିଚାଳନା ସାଙ୍ଗକୁ ରାସ୍ତା ଗୁଡିକ ଜବରଦଖଲ ଯୋଗୁଁ ଅଧିକାଂଶ ସମୟରେ ସଡକ ଦୁର୍ଘଟଣା ଘଟୁଛି । ପୌର ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଗଚ୍ଛିତ ଥିବା ବେଆଇନ ଇଟା, ବାଲି, ଗୋଡିକୁ ଉଠାଇ ନିଆଯାଇଛି ।

ବୌଦ୍ଧ: ବେପରୁଆ ତଥା ଦ୍ରୁତ ଗତିରେ ଗାଡି ଚାଳନା ତଥା ରାସ୍ତା ଜବରଦଖଲ ଯୋଗୁଁ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଉଦବେଗଜନକ ସ୍ଥିତିରେ ସଡକ ଦୁର୍ଘଟଣା । ଦିନକୁ ଦିନ ଜିଲ୍ଲାରେ ସଡକ ଦୁର୍ଘଟଣାରେ ଧନଜୀବନ କ୍ଷୟକ୍ଷତି ହେବାରେ ଲାଗିଛି । ବିଶେଷ ଭାବରେ ବେପରୁଆ ତଥା ଦ୍ରୁତ ଗତିରେ ଗାଡିଚାଳନା ସାଙ୍ଗକୁ ରାସ୍ତା ଗୁଡିକ ଜବରଦଖଲ ଯୋଗୁଁ ଅଧିକାଂଶ ସମୟରେ ସଡକ ଦୁର୍ଘଟଣା ଘଟୁଛି ।

ବଢୁଛି ସଡକ ଜବରଦଖଲ ସମସ୍ୟା, ପୌରପ୍ରଶାସନର କଡା ଆଭିମୁଖ୍ୟ

ସୋମବାର ରାତିରେ ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ମୁଣ୍ଡାପଡା ପଞ୍ଚାୟତ ଖମାରୀପଡା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର ଭିତରେ ଏଟ ଟ୍ରକ ଭାରସାମ୍ୟ ହରାଇ ପଶି ଯିବାରୁ ପରିବାରଟି ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି । ସେପଟେ ବୌଦ୍ଧ ପୌରପରିଷଦ ପକ୍ଷରୁ ସହରର ବିଭିନ୍ନ ରାସ୍ତା ଉପରେ ଦୀର୍ଘ ଦିନ ଧରି ଅବରୋଧ କରି ରଖିଥିବା ଇଟା, ବାଲି, ଗୋଡି ଆଦିକୁ ପୂର୍ବ ସୂଚନା ପ୍ରକାରେ ଉଠାଇ ନିଆଯାଇଛି ।

ସେହିପରି ମହାନଦୀ ସେତୁ ଛକ ନିକଟରୁ ଏନଏସି ଛକ ଦେଇ ଜାମୁଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଠିକରେ ହୋଇନଥିବା ସୂଚନା ମିଳିଛି । ରୋଡ ଡିଭାଇଡରକୁ ନେଇ ସମସ୍ୟା ଲାଗି ରହିଥିବା ବେଳେ ସୋମବାର ଜଙ୍ଗଲ ବିଭାଗର ପାଚେରୀ ଭାଙ୍ଗିବା ନିମନ୍ତେ ପୂର୍ତ୍ତ ବିଭାଗ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲା । ଉକ୍ତ ଅଞ୍ଚଳରେ ଜାତୀୟ ରାଜପଥ କଡରେ ଥିବା ସମସ୍ତ ସରକାରୀ ଜବରଦଖଲ ସ୍ଥାନକୁ ଉଚ୍ଛେଦ କରି ରାସ୍ତା ସମ୍ପ୍ରସାରଣ ପାଇଁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.