ଅସ୍ୱାଭାବିକ ଭାବେ ମୁହଁରେ ବଢୁଛି ମାଂସ ପିଣ୍ଡୁଳା, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଅସ୍ୱାଭାବିକ

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ଦଶଘରିଆ ଗ୍ରାମରେ ଏକ ଶିଶୁର ଅସ୍ବାଭାବିକ ଭାବେ ମୁହଁରେ ମାଂସ ପିଣ୍ଡୁଳା ବଢ଼ିବାରେ ଲାଗିଛି । ଏଣୁ ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ଗରିବ ପିତାମାତା । ଅଧିକ ପଢନ୍ତୁ...

ଦେବଗଡ଼: ଅସ୍ବାଭାବିକ ଭାବେ ମୁହଁରେ ବଢ଼ିବାରେ ଲାଗିଛି ମାଂସ ପିଣ୍ଡୁଳା । ସଂକଟରେ ପଡିଯାଇଛି ଦୁଇ ବର୍ଷର କୋମଳମତି ଶିଶୁପୁତ୍ର ଜୀବନ । ସେପଟେ ଅର୍ଥାଭାବରୁ ଏକମାତ୍ର ଶିଶୁପୁତ୍ରର ଚିକିତ୍ସା କରାଇ ନପାରି ସରକାରୀ ସହାୟତାକୁ ଅନାଇ ରହିଛନ୍ତି ଅସହାୟ ପିତାମାତା । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ର ଦଶଘରିଆ ଗ୍ରାମରେ ।

ଅସ୍ୱାଭାବିକ ଭାବେ ମୁହଁରେ ବଢୁଛି ମାଂସ ପିଣ୍ଡୁଳା

ରିଆମାଳ ବ୍ଲକ ଅନ୍ତର୍ଗତ ଦଶଘରିଆ ଗାଁର ଗରିବ ଦମ୍ପତି ଅନନ୍ତ ନାୟକ ଓ ତାଙ୍କ ସ୍ତ୍ରୀ ରେବତୀ ନାୟକ । କୋଳରେ ଅଛି ଦୁଇବର୍ଷର ଶିଶୁପୁତ୍ର କୁମାରେନ୍ଦ୍ର । ଏହି ଶିଶୁପୁତ୍ରଟି ଜନ୍ମ ହେବା ସମୟରେ ତାହାର ନାକ ଉପରେ ଥିଲା ଏକ ଛୋଟ ଚିହ୍ନ । ମାତ୍ର ବୟସ ବଢ଼ିବା ସଙ୍ଗେସଙ୍ଗେ ବଢିବାକୁ ଲାଗିଲା ଏହାର ଆକାର । ଦୁଇବର୍ଷ ମଧ୍ୟରେ ଏହାର ଆକାର ଅସ୍ବାଭାବିକ ଭାବେ ବୃଦ୍ଧି ପାଇ ଏକ ବଡ଼ ମାଂସ ପିଣ୍ଡୁଳା ( ଟ୍ୟୁମର )ରେ ପରିବର୍ତ୍ତିତ ହୋଇଛି ।

ଅସ୍ୱାଭାବିକ ଭାବେ ମୁହଁରେ ବଢୁଛି ମାଂସ ପିଣ୍ଡୁଳା0
ଅସ୍ୱାଭାବିକ ଭାବେ ମୁହଁରେ ବଢୁଛି ମାଂସ ପିଣ୍ଡୁଳା

ଫଳର ଏହା ଶିଶୁର ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଛି । ମୂଲ ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ଗରିବ ପିତାମାତା ଶିଶୁଟିର ଚିକିତ୍ସା ପାଇଁ ଦେବଗଡ଼ ମେଡିକାଲ ଠାରୁ ଆରମ୍ଭ କରି ବୁର୍ଲା ଓ କଟକ ବଡ଼ ମେଡିକାଲ ଯାଇ ସର୍ବସାନ୍ତ ହୋଇସାରିଲେଣି । ଡାକ୍ତର ଏହାକୁ ପରୀକ୍ଷା କରି ଏହା ଏକ ଟ୍ୟୁମର ଓ ଶିଶୁଟିର ଜୀବନ ରକ୍ଷା ପାଇଁ ଯଥାଶୀଘ୍ର ଏହାର ଅପରେସନ କରାଇବାକୁ ପରାମର୍ଶ ଦେଇଛନ୍ତି ।

ମାତ୍ର ଏଥିପାଇଁ ଆବଶ୍ୟକ ଅର୍ଥ ନଥିବାରୁ ଏହି ଗରିବ ପିତାମାତା ଶିଶୁଟିର ଚିକିତ୍ସା କରାଇ ନପାରି ଭାଗ୍ୟକୁ ଆଦରି ଗାଁରେ ପଡିରହିଛନ୍ତି । ଶିଶୁପୁତ୍ରଟିର ଚିକିତ୍ସା ପାଇଁ ଅନ୍ୟ କୌଣସି ଉପାୟ ନଥିବାରୁ କେବଳ ସରକାରୀ ସହାୟତାକୁ ଚାତକ ଭଳି ଅନାଇ ବସିଛନ୍ତି ଏହି ଗରିବ ଦମ୍ପତି । ସ୍ଥାନୀୟ ପ୍ରଶାସନ କିମ୍ବା କୌଣସି ସ୍ବେଛାସେବୀ ସଂଗଠନ ଏଥିପାଇଁ ସହାୟତାର ହାତ ବଢ଼ାଇଲେ ଶିଶୁପୁତ୍ରଟିର ଜୀବନ ରକ୍ଷା କରାଯାଇ ପାରନ୍ତା ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.