ଜଳ ସଂରକ୍ଷଣ ଓ ପଲିଥିନମୁକ୍ତ ବାର୍ତ୍ତା ନେଇ ବ୍ରହ୍ମପୁରରୁ ଛତ୍ରପୁର ପଦଯାତ୍ରା
Breaking

ଗଞ୍ଜାମ ଜିଲ୍ଲାରେ ଜଳ ସଂରକ୍ଷଣ ଓ ପଲିଥିନମୁକ୍ତ ବାର୍ତ୍ତା ନେଇ ବ୍ରହ୍ମପୁରରୁ ଛତ୍ରପୁର ପଦଯାତ୍ରା ହୋଇଛି । ଅଧିକ ପଢନ୍ତୁ...

ବ୍ରହ୍ମପୁର: ଜଳ ସଂରକ୍ଷଣ ଓ ପଲିଥିନ ମୁକ୍ତ ବାର୍ତ୍ତା ନେଇ ବ୍ରହ୍ମପୁର ସହରରୁ ସଦର ମହକୁମା ଛତ୍ରପୁରକୁ ପଦଯାତ୍ରା ହୋଇଛି । ଏଭଳି ଏକ ନିଆରା ସଚେତନତା କାର୍ଯ୍ୟକ୍ରମରେ ବ୍ରହ୍ମପୁର ସହରର ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ଆଠ ଜଣ ସଦସ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ଦିନକୁ ଦିନ ଭୂତଳ ଜଳର ସ୍ତର କମୁଥିବା ବେଳେ ଏଭଳି ସମୟରେ ମଧୁର ଜଳର ସଂରକ୍ଷଣ ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି । ସହରରେ ରହିଥିବା ସାଧାରଣତଃ ପୁଷ୍କରିଣୀ ଗୁଡିକରେ ଏକ ପ୍ରକାର ଡମ୍ପି°ୟାର୍ଡ ଭଳି ବ୍ୟବହାର କରାଯାଉଥିବା ବେଳେ ରାଜ୍ୟ ସରକାର ପଲିଥିନ୍ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି । ହେଲେ ପଲିଥିନ୍ ବ୍ୟବହାର ସଂପୂର୍ଣ୍ଣ ବନ୍ଦ ହୋଇନଥିବାରୁ ଆଗାମୀ ଦିନରେ ଏହାକୁ ନେଇ ଭୟଙ୍କର ବିପତ୍ତି ମାଡି ଆସୁଥିବାରୁ ଏହାକୁ ନେଇ ସାଧାରଣ ଜନତାଙ୍କୁ ସଚେତନତା ବାର୍ତ୍ତା ଦେଇ ବ୍ରହ୍ମପୁର ସହରରୁ ସଦର ମହକୁମା ଛତ୍ରପୁରକୁ ପଦଯାତ୍ରାରେ ବ୍ରହ୍ମପୁର ସହରର ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ଆଠ ଜଣ ସଦସ୍ୟ ସାମିଲ ହୋଇଛନ୍ତି ।

ଏଭଳି ଏକ ନିଆରା ସଚେତନତା କାର୍ଯ୍ୟକ୍ରମରେ ଫାଉଣ୍ଡେସନ ର ମୁଖ୍ୟ ସୁଧିର ରାଉତ ଙ୍କ ନେତୃତ୍ୱରେ ଯାଇଥିବା ଟିମର ସଦସ୍ୟ ମାନଙ୍କ ସହିତ ସ୍ବତନ୍ତ୍ର ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର କୁମାର ଆଚାର୍ଯ୍ୟ ।

ଜଳ ସଂରକ୍ଷଣ ଓ ପଲିଥିନମୁକ୍ତ ବାର୍ତ୍ତା ନେଇ ବ୍ରହ୍ମପୁର-ଛତ୍ରପୁର ପଦଯାତ୍ରା
    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.