ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
Breaking

ଆଜି ଜଗତସିଂହପୁର ଉପକଣ୍ଠ ଗାଉଡୁନି ପଡିଆ ନିକଟରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ 17.50 ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି । ଅଧିକ ପଢନ୍ତୁ...

ଜଗତସିଂହପୁର: ଉପକଣ୍ଠ ଗାଉଡୁନି ପଡିଆ ନିକଟରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ 17.50 ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଏହି ଘଟଣାରେ ଜଣକୁ ଗିରଫ କରାଯାଇଥିବା ସୂଚନା ରହିଛି । ଗିରଫ ଅଭିଯୁକ୍ତଙ୍କ ନାମ ଟିକି ମହମ୍ମଦ। ଜବତ ବ୍ରାଉନସୁଗାରର ମୂଲ୍ୟ 1 ଲକ୍ଷ 75 ହଜାର ଟଙ୍କା ହେବ ବୋଲି ଆକଳନ କରାଯାଉଛି ।

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ଦୀର୍ଘ ଦିନ ଧରି ସ୍ଥାନୀୟ କଂସା କ୍ଷୀରବାଟି ଗ୍ରାମରେ ବ୍ରାଉନସୁଗାର କାରବାର କରିଆସୁଥିଲା । ଆଜି କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଅଧିକାରୀମାନେ ଅତର୍କିତ ଚଢ଼ାଉ କରି ଅଭିଯୁକ୍ତକୁ ଧରିଥିଲେ ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ରାଉନ ସୁଗାର କାରବାର ଚାଲୁଥିବା ଦେଖିବାକୁ ମିଳୁଛି। ଯୁବବର୍ଗ ଏହାକୁ ନେଇ କୁପଥଗାମୀ ହେଉଛନ୍ତି । ଗଳିକନ୍ଦିରେ ଏବେ ବ୍ରାଉନସୁଗାରର ପସରା ମେଲିଛି । ଏହାକୁ ନେଇ ବୁଦ୍ଧିଜୀବୀ ମାନେ ଉଦବେଗ ପ୍ରକାଶ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.