ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଥାନାରେ ମାମଲା ରୁଜୁ
Breaking

ପାରାଦ୍ବୀପରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ଥାନାରେ ଏତଲା ଦେଲେ ପୀଡିତ । ଅଧିକ ପଢନ୍ତୁ..

ଜଗତସିଂହପୁର : ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଦୁଇ ଜଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଜଟାଧାର ମୁହାଣ ସାମୁଦ୍ରିକ ଥାନା ଅଞ୍ଚଳରେ l ଏ ନେଇ ପୀଡିତ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ସୂଚନା ଅନୁସାରେ ପାରାଦ୍ବୀପ ପୌରପରିଷଦର 17 ନମ୍ବର ୱାର୍ଡ ଷଣ୍ଢକୁଦ ବସ୍ତିରେ ତେଲୁଗୁ ସମ୍ପ୍ରଦାୟର ଏକ ଦମ୍ପତି ରହୁଥିଲେ । ମହିଳାଙ୍କ ସ୍ଵାମୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବାର ସୁଯୋଗ ନେଇ ଦୁଇ ଜଣ ଯୁବକ ବିଭିନ୍ନ ସମୟରେ ମହିଳାଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଆସୁଥିଲେ । ସୋମବାର ରାତିରେ ପୀଡ଼ିତାଙ୍କ ସ୍ବାମୀ ଘରେ ନଥିବାର ସୁଯୋଗ ନେଇ ଦୁଇଜଣ ଯୁବକ କବାଟ ବାଡେଇ ଥିଲେ । ପୀଡିତ ସ୍ୱାମୀ ଆସିଥିବାର ଭାବି କବାଟ ଖୋଲି ଦେବାରୁ ଯୁବକ ଦୁଇଜଣ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ପୀଡ଼ିତା ଚିତ୍କାର କରିବାରୁ ଦୁର୍ବୃତ୍ତ ମାନେ ପଳାଇ ଯାଇଥିଲେ। ପୀଡ଼ିତାଙ୍କ ସ୍ବାମୀ ଆସିବା ପରେ ମଙ୍ଗଳବାର ଉଭୟ ସ୍ବାମୀ ସ୍ତ୍ରୀ ମେରାଇନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା କୁ ସେମାନେ ନିବେଦନ କରିଛନ୍ତି । ତେବେ ଉଭୟ ଯୁବକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଲୋକ ହୋଇଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଉଭୟ ଦମ୍ପତି ପୋଲିସକୁ କହିଛନ୍ତି ।

ଜଗତସିଂହପୁରରୀ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.