ରେକର୍ଡ ଛୁଇଁଲା ପାରାଦ୍ବୀପ ବନ୍ଦରର ପଣ୍ୟ କାରବାର
ରେକର୍ଡ

ଧାର୍ଯ୍ୟ ସମୟ ପୂର୍ବରୁ ନିଜର କାରବାର ଶେଷ କରି ପାରାଦ୍ବୀପ ବନ୍ଦର ପଣ୍ୟ କାରବାର ରେକର୍ଡ ଛୁଇଁଛି । ଅଧିକ ପଢନ୍ତୁ...

ଜଗତସିଂହପୁର: ଧାର୍ଯ୍ୟ ସମୟ ପୂର୍ବରୁ ୧୦୦.୩୦ ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର କରି ରେକର୍ଡ କରିଛି ପାରାଦ୍ବୀପ ବନ୍ଦର । ତେବେ ଏ ସମ୍ପର୍କରେ ବନ୍ଦର ଅଧ୍ୟକ୍ଷ ଭିନିତ କୁମାର ଏକ ଭର୍ଚ୍ଚୁଆଲ ଭିଡିଓ କନଫରେନ୍ସ ମାଧ୍ୟମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ରେକର୍ଡ ଛୁଇଁଲା ପାରାଦ୍ବୀପ ବନ୍ଦରର ପଣ୍ୟ କାରବାର

ଭାରତର ପ୍ରମୁଖ ମେଜର ପୋର୍ଟ ମଧ୍ୟରେ ଏବେ ଦ୍ବିତୀୟ ବୃହତ୍ତମ ବନ୍ଦରର ମାନ୍ୟତା ହାସଲ କରିଥିବା ପାରାଦ୍ବୀପ ବନ୍ଦର ଏହି ସଫଳତାକୁ ନେଇ ବନ୍ଦର ବ୍ୟବହାରକାରୀ ସଂସ୍ଥା, ରାଜ୍ୟ ସରକାର ଓ ବନ୍ଦର କର୍ମଚାରୀମାନଙ୍କୁ ବନ୍ଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଆଶିଷ କୁମାର ବୋଷ ଧନ୍ୟବାଦ ଦେଇଛନ୍ତି ।

ଗତ 2019-20 ଆର୍ଥିକ ବର୍ଷରେ ପାରାଦ୍ବୀପ ବନ୍ଦର 112.6 ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର କରି ରେକର୍ଡ ସୃଷ୍ଟି କରିବା ସହିତ ଭାରତର ଦ୍ଵିତୀୟ ବୃହତ୍ତମ ବନ୍ଦରର ମାନ୍ୟତା ହାସଲ କରିଥିଲା । ଚଳିତ ବର୍ଷ କୋରୋନା କଟକଣା ସତ୍ତ୍ବେ ପାରାଦ୍ବୀପ ବନ୍ଦର ଏହି ସଫଳତା ହାସଲ କରିଛି । ମାର୍ଚ୍ଚ ମାସ ଶେଷ ସୁଦ୍ଧା ଗତ ବର୍ଷର 112.6 ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାରକୁ ଅତିକ୍ରମ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ଚଳିତ ବର୍ଷ 24 ଘଣ୍ଟାରେ 30ଟି ଜାହାଜ ବନ୍ଦରର ଆଙ୍କରେଜ ମଧ୍ୟରେ ମୁଭମେଣ୍ଟ କରାଇ ରେକର୍ଡ କରିଥିଲା ପାରାଦ୍ବୀପ ବନ୍ଦର । ବର୍ତ୍ତମାନ ପାରାଦ୍ବୀପ ବନ୍ଦରକୁ ବିଶ୍ବସ୍ତରୀୟ ବନ୍ଦର କରିବା ପାଇଁ ବିଭିନ୍ନ ପ୍ରୋଜେକ୍ଟ ହାତକୁ ନିଆଯାଇଛି ଏବଂ ବିଭିନ୍ନ ବର୍ଥକୁ ମେକାନାଇଜ କରାଯାଉଛି । ଖୁବଶୀଘ୍ର ପାରାଦ୍ବୀପ ବନ୍ଦର କାନଡଲା ଦିନଦୟାଲ ବନ୍ଦରକୁ ପଛରେ ପକାଇ ଭାରତର ଏକ ନମ୍ବର ମେଜର ପୋର୍ଟର ମାନ୍ୟତା ହାସଲ କରିବାକୁ ପ୍ରୟାସ ଜାରି ରହିଥିବା ସୂଚନା ଦେଇଛନ୍ତି ବନ୍ଦର ଅଧ୍ୟକ୍ଷ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.