ଯାଜପୁରରେ କାୟା ମେଲାଇଛି ସାର ଦୁର୍ନୀତି, ଖୁଲମଖୁଲା ହେଉଛି ସାର ଅପମିଶ୍ରଣ
fertilizer

ଦେଶରେ ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ସରକାର ଚାଷୀଙ୍କୁ ମନାଇବା ମୁସ୍କିଲ୍ ହୋଇପଡିଛି । ଚାଷୀଙ୍କୁ କିଭଳି ଭାବେ ନିମ୍ନ ମାନର ଏବଂ ଅବଧି ପୁରିଯାଇଥିବା ଅବ୍ୟବହୃତ ସାର ଯୋଗାଣ କରାଯାଉଛି ତାହା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ଏଭଳି ସାର ନେଇ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ଅଧିକ ପଢନ୍ତୁ...

ଯାଜପୁର: ସାରା ଦେଶରେ ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ସରକାର ଚାଷୀଙ୍କୁ ମନାଇବା ମୁସ୍କିଲ୍ ହୋଇପଡିଛି । ଚାଷୀଙ୍କୁ କିଭଳି ଭାବେ ନିମ୍ନ ମାନର ଏବଂ ଅବଧି ପୁରିଯାଇଥିବା ଅବ୍ୟବହୃତ ସାର ଯୋଗାଣ କରାଯାଉଛି ତାହାର ଏକ ଜ୍ବଳନ୍ତ ନମୁନା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଧନପୁର ଠାରେ ସରକାରୀ ଗୋଦାମରେ ଡ୍ୟାମେଜ୍ ସାର ରିପ୍ୟାକିଂ ଚାଲିଥିବା ବେଳେ ଏହା ନିକଟସ୍ଥ ଚାଷୀ ଏବଂ ଗ୍ରାମବାସୀଙ୍କ ନଜରରେ ପଡିଥିଲା । ଏହାର ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଅଧିବାସୀ । ଏହି ଚିତ୍ର କ୍ୟାମେରା ଆଗକୁ ଆସିଥିଲେ ହେଁ ସମ୍ପୃକ୍ତ ଅଧିକାରୀ ଓ ଏଜେଣ୍ଟ ଏହାକୁ ସ୍ବୀକାର କରିନାହାନ୍ତି ।

ଯାଜପୁରରେ କାୟା ମେଲାଇଛି ସାର ଦୁର୍ନୀତି,ଖୁଲମଖୁଲା ହେଉଛି ସାର ଅପମିଶ୍ରଣ

ଚାଷୀ ପ୍ରତି ସରକାର ଯଥେଷ୍ଟ ଯତ୍ନବାନ ଥିବା କୁହାଯାଉଥିବା ବେଳେ ଅନେକ ସମୟରେ ବାସ୍ତବ ଚିତ୍ର କିନ୍ତୁ ଅଲଗା ହୋଇଯାଉଛି । କେଉଁଠି ଚାଷୀ ସରକାରୀ ବ୍ୟବସ୍ଥାରେ କ୍ରୟ କରୁଥିବା ସାର ନକଲି ତ ଆଉ କେଉଁଠି ବିହନ ବା ଔଷଧ ନକଲି । ଫଳରେ ଉତ୍ପାଦନ ବିଶେଷ ଭାବେ ପ୍ରଭାବିତ ହେଉଛି ଏବଂ ଏହା ଦ୍ବାରା ଚାଷୀଙ୍କୁ ହତାଶ ହେବାକୁ ପଡୁଛି । ଏଠାରୁ ଦେଖନ୍ତୁ ଯାହାର ଏକ ଜ୍ବଳନ୍ତ ପ୍ରମାଣ । ଚାଷୀଙ୍କ ପାଇଁ ଆସିଥିବା ସାରକୁ ସେମାନଙ୍କୁ ଦିଆ ନଯାଇ ଗୋଦାମରେ ପଡି ପଡି ମୁଣ୍ଡା ହୋଇଗଲା । ଦୁଇବର୍ଷ ତଳର ମୁଣ୍ଡା ମୁଣ୍ଡା ସାରକୁ ଏବେ ନୂତନ ବସ୍ତାରେ ରିପ୍ୟାଂକି ଚାଲିଛି । ଗୁଣ୍ଡ ହୋଇଥିବା ଏଭଳି ସାରକୁ ଚାଷୀଙ୍କୁ ଦିଆଯାଉଥିବା ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଧନପୁର ଠାରେ ଥିବା ସରକାରୀ ଗୋଦାମରେ ଏପରି ବେଆଇନ କାର୍ଯ୍ୟ ଚାଲିଥିବା ବେଳେ ସେଠାରେ ପହଞ୍ଚିଥିଲେ କିଛି ଚାଷୀ ଏବଂ ସମ୍ପୃକ୍ତ ଅଞ୍ଚଳର ଗ୍ରାମବାସୀ । ବର୍ଷେ ଦୁଇବର୍ଷ ତଳର ମୁଣ୍ଡା ମୁଣ୍ଡା ହୋଇଯାଇଥିବା ସାରକୁ ପୁରୁଣା ବସ୍ତାରୁ କଢାଯାଇ ନୂତନ ବସ୍ତାରେ ଭର୍ତ୍ତି କରାଯାଉଥିଲା । ଏହି ଲୋକମାନେ ଏହାର ବିରୋଧ କରି ମୋବାଇଲରେ ଭିଡିଓ ଉତ୍ତୋଳନ କରିବାକୁ ଚେଷ୍ଟା କରୁଥିବା ବେଳେ ଉପସ୍ଥିତ ଥିବା ଅଧିକାରୀ ତାଙ୍କ ମୋବାଇଲ ଛଡାଇ ନେବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି । ଏହି ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ ।

ଗୋଟେପଟେ ଚାଷୀ ଆନ୍ଦୋଳନ ପଲ୍ଲୀରୁ ଦିଲ୍ଲୀକୁ ବ୍ୟାପିଥିବା ବେଳେ ଏପଟେ କମ୍ପାନୀ ବା ଏଜେଣ୍ଟଙ୍କ ଦ୍ବାରା ଚାଷୀଙ୍କ ପେଟରେ ଲାତ ମାରିବାକୁ ହୀନ ଉଦ୍ୟମ ଚାଲିଛି । ଆଉ ବିଚରା ଚାଷୀ ଏମାନଙ୍କ ହୀନ ଚକ୍ରାନ୍ତର ଶୀକାର ହେଉଛନ୍ତି । ସ୍ଥାନୀୟ ଲୋକେ ଏହାର ତୀବ୍ର ବିରୋଧ କରିଥିଲେ ବି ସେଠାରେ ଉପସ୍ଥିତ ଥିବା ସମ୍ପୃକ୍ତ ଅଧିକାରୀ, ଏଜେଣ୍ଟ ଓ ଗୋଦାମ୍ ମାଲିକ ସେମାନଙ୍କୁ ମୁକାବିଲା କରିବାକୁ ଚେଷ୍ଟା କରିଥିଲେ । ଯାହାର ଆଉ ଏକ ପ୍ରମାଣ ହେଉଛି ଏଠାରେ ନିୟୋଜିତ ଥିବା ଶ୍ରମିକଙ୍କ ବୟାନ । ନିୟୋଜିତ ଶ୍ରମିକ ମଧ୍ୟ ରୋକଠୋକ୍ ଏହା କପରି ଚାଲିଥିଲା ତାହା ବଖାଣିଛନ୍ତି । ତେବେ ଏ ସମ୍ପର୍କରେ ଖବର ପାଇ ସେଠାରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ପହଞ୍ଚି ପରିସ୍ଥିତି ଜାଣିବାକୁ ଉଦ୍ୟମ କରିଥିଲେ । ମାତ୍ର ଏହାପରେ ସଂପୃକ୍ତ ଗୋଦାମ ମାଲିକ ଏବଂ ଅଧିକାରୀ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ବରଂ ଏଥିରେ କୌଣସି ମିଲାବଟ କରାଯାଇନାହିଁ, ସବୁକିଛି ଠିକଠାକ୍ ଚାଲିଥିବା ସେମାନେ ସଫେଇ ଦେଇଛନ୍ତି ।

ଭାତହାଣ୍ଡିରୁ ଗୋଟିଏ ଚିପିବା ପରି ଏହି ଗୋଟିଏ ଘଟଣାରୁ ସ୍ପଷ୍ଟ ଅନୁମେୟ ଯେ ସରକାରଙ୍କର ଅଧୀନରେ ଥିବା ସାର ଯୋଗାଣ ଗୋଦାମରୁ ଚାଷୀମାନେ କିଭଳି ଉପକୃତ ହେଉଛନ୍ତି । ଆଉ ବର୍ଷସାରା ସେମାନଙ୍କ ଝାଳବୁହା ପରିଶ୍ରମର ଫଳ ସେମାନେ କେତେ ପାଉଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.