ନକଲି ବିବାହ ଠକ ଦଳକୁ ଗିରଫ କଲା କଳାହାଣ୍ଡି ପୋଲିସ
Breaking

କଳାହାଣ୍ଡି ପୋଲିସକୁ ସଫଳତା । ଏକ ଆନ୍ତଃ ରାଜ୍ୟ ନକଲି ବିବାହ ଠକ ଦଳକୁ ଗିରଫ କରିଛି କଳାହାଣ୍ଡି ପୋଲିସ । ଅଧିକ ପଢନ୍ତୁ...

ଭବାନୀପାଟଣା: ବନ୍ଧା ହେଲେ ନକଲି ବିବାହ ଠକ ଦଳ । ବୟସ୍କ ଓ ବିବାହ ବିଚ୍ଛେଦ ବ୍ୟକ୍ତିଙ୍କୁ ଟାର୍ଗେଟ କରି ଲୋକଙ୍କୁ ଠକୁଥିଲା ଏହି ଦଳ । ପୋଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ନକଲି ବିବାହ ଠକ ଦଳ ଗିରଫ

ସୂଚନାଅନୁସାରେ, ଗତ ଅକ୍ଟୋବର ମାସରେ ମଦନପୁର ରାମପୁରଠାରେ ଜଣେ ଏପରି ଠକାମୀର ଶିକାର ହୋଇଥିଲେ । ଏହି ଦଳ ବୟସ୍କ ବ୍ୟକ୍ତିଙ୍କୁ ଟାର୍ଗେଟ କରି ବିବାହ କରିବା ପରେ ଝିଅ ଫେରାର ମାରିଥାନ୍ତି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଘଟଣାରେ ଗିରଫ ହୋଇଥିବା ଚାରି ଜଣ ସଦ୍ୟସ ହେଲେ ସୁନ୍ଦରଗଡର ଏଲି.ମହନ୍ତ, କଣ୍ଟାବାଞ୍ଜିର ବିରବଲ ଶର୍ମା,ଛତିଶଗଡ ମହାସମୁନ୍ଦର ମିନା ଗୁପ୍ତା ଓ ଛତିଶଗଡ ବିଲାସପୁରର ଶ୍ରବଣ ସୋନି । ଗିରଫ ନକଲି ବଧୂ ଏଲି ମହନ୍ତ ନାଁରେ ପୂର୍ବରୁ ଚାରିଗୋଟି ବିବାହ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଏହି ଆନ୍ତଃ ରାଜ୍ୟ ନକଲି ଠକ ଦଳର ପର୍ଦ୍ଦାଫାଶ କରିଛି କଳାହାଣ୍ଡି ପୋଲିସ । କେହି ଯଦି ଏଭଳି ଠକାମିର ଶିକାର ହୁଅନ୍ତି ତେବେ ପୋଲିସକୁ ସୂଚନା ଦେବାକୁ ନିବେଦନ କରିଛନ୍ତି କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.