ମାଣିକେଶ୍ବରୀଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ, ଜିଲ୍ଲାରେ ଖୁସିର ଲହରୀ
ମାଣିକେଶ୍ବରୀଙ୍କ

ଆଜି ଅଞ୍ଚଳବାସୀଙ୍କ ବହୁ ଦିନର ସ୍ବପ୍ନ ପୁରାଣ ହେବାକୁ ଯାଉଥିବା ବେଳେ ବହୁ ପ୍ରତୀକ୍ଷିତ ମା' ଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ କୋଟିରୁ ଉର୍ଦ୍ଧ ଟଙ୍କାରେ ମନ୍ଦିର ନିର୍ମାଣ କାର୍ଯ୍ୟ ହେବ। ଅଧିକ ପଢନ୍ତୁ...

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା' ମାଣିକେଶ୍ବରୀ । ଦୀର୍ଘ ବର୍ଷ ହେବ ଅଞ୍ଚଳରେ ମାଁ ମାଣିକେଶ୍ୱରୀ ପୂଜା ପାଉଥିବା ବେଳେ ଲୋକଙ୍କ ମନରେ ରହିଛି ଅଗାଢ଼ ବିଶ୍ବାସ ଓ ଭକ୍ତି। ଜିଲ୍ଲାର ଭବାନୀପାଟଣା ମା' ଙ୍କ ଭବ୍ୟ ମନ୍ଦିର ଥିବା ବେଳେ ଥୁଆମୂଳ ରାମପୁର ହେଉଛି ମାଁ ମାଣିକେଶ୍ୱରୀଙ୍କ ମୂଳପୀଠ। ମାଣିକ୍ୟ ଦେବୀ ମା' ମାଣିକେଶ୍ବରୀଙ୍କ ବହୁ ପୁରାତନ ମନ୍ଦିର ରହିଛି ଥୁଆମୂଳ ରାମପୁରରେ ବହୁ ଦିନରୁ ଅଞ୍ଚଳରେ ମା'ଙ୍କ ମନ୍ଦିର ଭିତ୍ତିଭୂମୀର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ଦାବି ହୋଇଆସୁଥିଲା।

ମାଣିକେଶ୍ବରୀଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ, ଜିଲ୍ଲାରେ ଖୁସିର ଲହରୀ

ଆଜି ଅଞ୍ଚଳବାସୀଙ୍କ ବହୁ ଦିନର ସ୍ବପ୍ନ ପୁରାଣ ହେବାକୁ ଯାଉଥିବା ବେଳେ ବହୁ ପ୍ରତୀକ୍ଷିତ ମା' ଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ କୋଟିରୁ ଉର୍ଦ୍ଧ ଟଙ୍କାରେ ମନ୍ଦିର ନିର୍ମାଣ କାର୍ଯ୍ୟ ହେବ। ମନ୍ଦିର ନିର୍ମାଣ ପାଇଁ ସହୃଦୟରେ ଯେ କୌଣସି ବ୍ୟକ୍ତି ସାହାଯ୍ୟ ସହଯୋଗ କରିବା ପାଇଁ ମନ୍ଦିର ନିର୍ମାଣ କମିଟି ଘୋଷଣା କରିଛି। ଏନେଇ ଅତିଥି ମାନଙ୍କ ଦ୍ବାରା ଆକାଉଣ୍ଟ ନମ୍ବର ଉନ୍ମୋଚିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜି ବିଧାୟକ ପ୍ରଦୀପ ଦିଶାରୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ପୂର୍ବତନ ସାଂସଦ ଅର୍କକେଶରୀ ଦେଓ,ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ପ୍ରମୁଖ ସାମିଲ ହୋଇଥିଲେ। ମନ୍ଦିର ନିର୍ମାଣକୁ ନେଇ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.