
କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣା। କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରୀ ନିଲମ୍ବିତ ହୋଇଛନ୍ତି। ଏହାକୁ ନେଇ ପ୍ରାଣୀ ଚିକିତ୍ସା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ପ୍ରତାପ କିଶୋର ଖମାରୀ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ...
ଭବାଣୀପାଟଣା: କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣା। କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରୀ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ନେଇ ନିଲମ୍ବନ କରିଛି ପ୍ରାଣୀ ସମ୍ପଦ ବିଭାଗ । ଗତ ୨୦ ଦିନ ମଧ୍ୟରେ କର୍ଲାପାଟ ଅଭୟାରଣ୍ୟ ୭ ହାତୀଙ୍କ ମୃତ୍ୟୁ ହୋଇଛି ।
ଗାଁ-ଗାଁ ଯାଇ ଗୃହପାଳିତ ପଶୁଙ୍କୁ ଟୀକାକରଣ କରିବାରେ ଅବହେଳା କାରଣରୁ ଗଣେଶ ପୂଜାରୀଙ୍କ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ପ୍ରତାପ କିଶୋର ଖମାରୀ ।
ଏହା ପୂର୍ବରୁ ଶନିବାର 3 ଜଣିଆ କେନ୍ଦ୍ରୀୟ ଟିମ ଅଭୟାରଣ୍ୟ ଗସ୍ତ କରି ହାତୀ ମଡକ ଉପରେ ଅନୁଧ୍ୟାନ କରିଥିଲେ । ତେନ୍ତୁଳିପଦର ଓ ଘୁଷୁରିଗୁଡି ସହ ବିଭିନ୍ନ ଗାଁକୁ ଯାଇ ତଦନ୍ତ କରିଥିଲେ ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ