ରାଜ୍ୟରେ କୋଭିଡ ସତର୍କତା, ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି
ସଂକ୍ରମଣ

କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ସଂକ୍ରମଣ ରୋକିବା ପାଇଁ ପ୍ରସ୍ତୁତି କରାଯାଇଛି ।

କେନ୍ଦ୍ରାପଡ଼ା: ରାଜ୍ୟକୁ ପୁଣି ଫେରିଛି କୋରୋନା ଭୟ । ମହାରାଷ୍ଟ୍ରରେ କୋଭିଡ ଭୟାବହତାକୁ ଦେଖି ରାଜ୍ୟ ଏସଆରସି ସମସ୍ତ ଜିଲ୍ଲାପାଳଙ୍କୁ କୋଭିଡ ଗାଇଡ଼ଲାଇନକୁ ଦୃଢ଼ ଭାବେ ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି କ୍ରମରେ ଆଜି(ମଙ୍ଗଳବାର) କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ସଂକ୍ରମଣ ରୋକିବା ପାଇଁ ପ୍ରସ୍ତୁତି କରାଯାଇଛି ।

ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରତ୍ୟେକ ବ୍ଲକ, ମ୍ୟୁନିସିପାଲିଟି, ଥାନା ଅଧିକାରୀମାନଙ୍କୁ ନେଇ ଏକ ଭିଡିଓ କନ୍ଫରେନ୍ସ ଅନୁଷ୍ଠିତ ହୋଇଛି। କୋଭିଡ ନିୟମକୁ ଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା କରାଯାଉ ଥିବାବେଳେ ସାମାଜିକ ଦୂରତା ରକ୍ଷା, ସାନିଟାଇଜର ବ୍ୟବହାର, ଅଯଥା ଗହଳି ନକରିବା ଓ ବ୍ୟବସାୟୀମାନଙ୍କୁ ଦୂରତ୍ବ ରଖି ବିଭିନ୍ନ ଦ୍ରବ୍ୟ ବିକ୍ରୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ଏଥିସହ ଏହି ନିୟମର ଉଲ୍ଲଂଘନ କଲେ ଦୃଢ଼ ପଦକ୍ଷେପ ନିଆଯିବା ସହ ଜୋରିମାନା ଆଦାୟ କରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ କୋଭିଡ ଭାଇରସ ପୁଣି ନିଜର କାୟା ବିସ୍ତାର କରିବା ଲକ୍ଷ୍ୟରେ ଥିବାବେଳେ ଜନସାଧାରଣ ସଚେତନ ହେବା ପରିଲକ୍ଷିତ ହେଉନାହିଁ।

ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କୁ ନିରୀକ୍ଷଣ କରାଯିବା ସହ ସେମାନଙ୍କ ପାଖରେ କୌଣସି ଲକ୍ଷଣ ଦେଖାଗଲେ, ସଙ୍ଗେସଙ୍ଗେ ହୋମ ଆଇସୋଲେସନ ବ୍ୟବସ୍ଥା କରିବା ପାଇଁ ସ୍ବାସ୍ଥ୍ୟକର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.