ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇ ମୃତ

ନୟାକୋଟ ଥାନା ଅନ୍ତର୍ଗତ ଫୁଲଝର ପଞ୍ଚାୟତ ରଙ୍ଗାମାଟିଆ ଗ୍ରାମରେ ଘଟିଛି ଅଘଟଣ । ଗ୍ରାମର ଦେବେନ ମୁଣ୍ଡାଙ୍କୁ ତାଙ୍କ ସାନ ଭାଇ ଲଣ୍ଡା ମୁଣ୍ଡା ଟାଙ୍ଗୀଆରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...
କେନ୍ଦୁଝର : ନୟାକୋଟ ଥାନା ଅନ୍ତର୍ଗତ ଫୁଲଝର ପଞ୍ଚାୟତ ରଙ୍ଗାମାଟିଆ ଗ୍ରାମରେ ଘଟିଛି ଅଘଟଣ । ଗ୍ରାମର ଦେବେନ ମୁଣ୍ଡାଙ୍କୁ ତାଙ୍କ ସାନ ଭାଇ ଲଣ୍ଡା ମୁଣ୍ଡା ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି ।
ଖବର ଅନୁସାରେ ଦେବେନ ଅତ୍ୟଧିକ ମଦ୍ୟପାନ କରି ଘରକୁ ଆସି ପାଟି ତୁଣ୍ଡ କରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବଡ଼ ଭାଇ ଲଣ୍ଡା ଏକ ଟାଙ୍ଗିଆ ଯୋଗେ ତାର ସାନ ଭାଇ ଦେବେନ ମୁଣ୍ଡକୁ ପଛରୁ ହାଣି ପକାଇ ଥିଲା । ଆଉ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରୁ ବଡ଼ ଭାଇ ଫେରାର ଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ