ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ; ଜଣେ ଗିରଫ
ଜଣେ

ଖୋର୍ଦ୍ଧା ଜିଲ୍ଲା ଲୋକେଶ୍ବର ମନ୍ଦିର ନିକଟରେ ଅବକାରୀ ପୋଲିସର ଚଢାଉ । ଚଢାଉରେ 32ଲକ୍ଷ ଟଙ୍କା ବ୍ରାଉନସୁଗାର ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ପଣ୍ଡ ହେଲା ଧଳାଜହର କାରବାର । ଖୋର୍ଦ୍ଧା ଜିଲ୍ଲା ଲୋକେଶ୍ବର ମନ୍ଦିର ନିକଟରେ ଚଢାଉ କରି 320 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ ।

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ

ଲୋକେଶ୍ବର ମନ୍ଦିର ନିକଟରେ ଅଚାନକ ଚଢାଉ କରିଥିଲା ଅବକାରୀ ବିଭାଗ । ଚଢାଉରେ 320ଗ୍ରାମର ବ୍ରାଉନସୁଗାର ଜବତ କରିବା ସହିତ ନଗଦ 9ଲକ୍ଷ 20 ହଜାର ଟଙ୍କା ଜବତ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ 32ଲକ୍ଷ ଟଙ୍କା ହେବା ବୋଲି ଜଣାପଡିଛି ।

ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଖୋର୍ଦ୍ଧା ଅବକାରୀ ନିରୀକ୍ଷକ ଭୈରବ ସାହୁ । ଗିରଫ ଯୁବକ ଜଣଙ୍କ ସେହି ଅଞ୍ଚଳର ହର ପ୍ରସାଦ ସାହୁ ବୋଲି ଜଣାପଡିଛି । ତେବେ ବ୍ରାଉନସୁଗାର କେଉଁଠାରୁ ଆସୁଥିଲା ଏବଂ କିପରି ବ୍ୟବସାୟ ହେଉଥିଲା ତାହାର ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.