
ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ଅଞ୍ଚଳର କାଉଁରୀପାଟଣା ଗ୍ରାମରେ ଆଜି ରାତ୍ରିରେ ଜଣେ ମହିଳାଙ୍କୁ ପିଲା ଚୋର ସନ୍ଦେହରେ ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ....
ଖୋର୍ଦ୍ଧା : ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ଅଞ୍ଚଳର କାଉଁରୀପାଟଣା ଗ୍ରାମରେ ଆଜି ରାତ୍ରିରେ ଜଣେ ମହିଳାଙ୍କୁ ପିଲା ଚୋର ସନ୍ଦେହରେ ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ ।
ଘଟଣାରୁ ପ୍ରକାଶ ଯେ ଉକ୍ତ ମହିଳା ଜଣଙ୍କ ସେହି ଗ୍ରାମର ନିଳକଣ୍ଠ ମହାରଣାଙ୍କ ୩ ବର୍ଷର ଶିଶୁ କନ୍ୟାକୁ ସାଥୀରେ ନେଇ ସାହି ମୁଣ୍ଡରେ ପହଞ୍ଚି ଥିବାର ଜଣେ ଯୁବକ ଦେଖିଥିଲେ ।ପରେ ଯୁବକ ଜଣକ ଅଚିହ୍ନା ମହିଳାଙ୍କ ଠାରୁ ଶିଶୁ କନ୍ୟାଟିକୁ ଉଦ୍ଧାର କରି ତାଙ୍କ ଘରେ ଛାଡିଥିଲେ । ପରେ ଏହି ଘଟଣା ସାହିରେ ପ୍ରଚାରିତ ହେବା ଫଳରେ ଲୋକେ ମାନେ ଅଚିହ୍ନା ମହିଳାଙ୍କୁ ଅଟକ ରଖି ଥାନାକୁ ଖବର ଦେଇଥିଲେ ।ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଦିଗ୍ଧ ମହିଳାଙ୍କୁ ଗ୍ରାମବାସୀଙ୍କ ଠାରୁ ନେଇ ଥାନା ରଖିବା ସହିତ ଅଧିକ ତଦନ୍ତ କରୁଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ