ଉତ୍ତମ ଜଙ୍ଗଲ ପରିଚାଳନା ସମ୍ପର୍କରେ ଜଙ୍ଗଲ ଅଧିକାରୀଙ୍କୁ ତାଲିମ
Breaking

ଉତ୍ତମ ଜଙ୍ଗଲ ପରିଚାଳନା ନେଇ କୋରାପୁଟ କୋଟସ ପରିସରରେ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟ କରାଯାଉଛି । ମୁଖ୍ୟତଃ ଜୈବ ବିବିଧତାର କିଭଳି ସୁରକ୍ଷିତ କରାଯିବ ସେ ନେଇ ଆଲୋଚନା କରାଯାଉଛି । ଅଧିକ ପଢନ୍ତୁ...

କୋରାପୁଟ: ଉତ୍ତମ ଜଙ୍ଗଲ ପରିଚାଳନା ସମ୍ପର୍କରେ ଜଙ୍ଗଲ ଅଧିକାରୀଙ୍କୁ ତାଲିମ । ଏ ନେଇ କୋରାପୁଟ କୋଟସ ପରିସରରେ ଏକ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଉତ୍ତମ ଜଙ୍ଗଲ ପରିଚାଳନା ସମ୍ପର୍କରେ ଜଙ୍ଗଲ ଅଧିକାରୀଙ୍କୁ ତାଲିମ

ପ୍ରାକୃତିକ ସମ୍ପଦରେ ଭରପୁର କୋରାପୁଟ ଜୈବ ବିବିଧତାର ଏକ ଗନ୍ତାଘର । ଜଙ୍ଗଲର ଉତ୍ତମ ପରିଚାଳନା ଦ୍ୱାରା କୋରାପୁଟ ଅଞ୍ଚଳର ଜୈବ ବିବିଧତାର ସଂରକ୍ଷଣ ସମ୍ଭବ । ତେଣୁ ଏ ସଂକ୍ରାନ୍ତରେ ଜଙ୍ଗଲ ବିଭାଗ ଆନୁକୂଲ୍ୟରେ କୋରାପୁଟସ୍ଥିତ କାଉନ୍ସିଲ ଫର ଏନାଲିଟିକାଲ ଟ୍ରାଇବାଲ ଷ୍ଟଡିସ, କୋଟସ ମାଧ୍ୟମରେ ଜିଲ୍ଲାର ତୃଣମୂଳସ୍ତର ଠାରୁ ଆରମ୍ଭ କରି ଜିଲ୍ଲାସ୍ତରରେ କାର୍ଯ୍ୟରତ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯିବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏନେଇ କୋରାପୁଟ ବନଖଣ୍ଡ ଅଧିକାରୀ ରୀଙ୍କୁ କୁମାରୀ କହିଛନ୍ତି । ତିନିଦିନ ଧରି ଚାଲିବାକୁ ଥିବା ଏହି ତାଲିମ ଶିବିରରେ ବିଷୟଗତ ବିଶେଷଜ୍ଞ ବନ ସଂରକ୍ଷଣ ଠାରୁ ଆରମ୍ଭ କରି ବିଭିନ୍ନ ନିୟମ ସମ୍ପର୍କରେ ତାଲିମ ଦିଆଯିବ ବୋଲି କୋଟସର ନିର୍ଦେଶକ ପ୍ରଫୁଲ ଚନ୍ଦ୍ର ମହାପାତ୍ର କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.