ମୃତ ସାଥି ପାଇଁ ବିରାଟ ଶୋଭାଯାତ୍ରା, ଶୋକ ରାଲି ପାଳିଲେ ମାଓବାଦୀ
Breaking

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନିପ୍ପା ଜଙ୍ଗଲରେ ସୁରକ୍ଷାକର୍ମୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ସାଥୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ବିରାଟ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛନ୍ତି ମାଓବାଦୀ ।

ମାଲକାନଗିରି: ପୁଣି ନିଜର ଦବଦବା ଜାହିର କଲେ ମାଓବାଦୀ। ନିଜର ଉପସ୍ଥିତି ଜାହିର କରି ଜାରି କଲେ ଏନକାଉଣ୍ଟର ବେଳର ଭିଡିଓ । ଏହି ଭିଡିଓରେ ମାଓବାଦୀଙ୍କ ଶୋକ ରାଲି ଚାଲିଥିବା ଦେଖିବାକୁ ମିଳିଛି ।

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନିପ୍ପା ଜଙ୍ଗଲରେ ସୁରକ୍ଷାକର୍ମୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ସାଥୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ବିରାଟ ଶୋଭାଯାତ୍ରା କରିଛନ୍ତି ମାଓବାଦୀ । ଗତବର୍ଷ ମାର୍ଚ୍ଚ 21ରେ ମାଓବାଦୀଙ୍କୁ ଏନକାଉଣ୍ଟର କରିଥିବା ଘଟଣା ସମୟର ଭିଡିଓ ଜାରି କରିଛନ୍ତି ମାଓବାଦୀ। ସୁକମା ଜିଲ୍ଲାର ନିପ୍ପା ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମଧ୍ୟରେ ଏକ ବଡ଼ ଧରଣର ଗୁଳିବିନିମୟ ହୋଇଥିଲା । ପୋଲିସ ଏନକାଉଣ୍ଟରରେ ମାଓ ସଙ୍ଗଠନର ଏକ ନମ୍ବର ବାଟାଲିୟନର 3 ଟପ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଯାହାର ମାଓ ସଙ୍ଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

ତେବେ ମାଓ କମ୍ରେଡ଼ଙ୍କ ମୃତ୍ୟୁ ପରେ ଶତାଧିକ ମାଓବାଦୀ ହାତରେ ଅତ୍ୟାଧୁନିକ ବନ୍ଧୁକ ଧରି ବିରାଟ ରାଲିରେ ବାହାରି ମୃତ କମ୍ରେଡ଼ ଅମର ରହେ ସ୍ଲୋଗାନ ଦେଇ ନିପ୍ପା ଜଙ୍ଗଲ ପରିକ୍ରମା କରିଥିଲେ।

ଅନ୍ୟପଟେ ମାଓବାଦୀ ଏବେ ଏହି ଭିଡିଓ ଭାଇରାଲ କରିବା ପଛରେ ନିଶ୍ଚିତ କିଛି କାରଣ ରହିଛି। ମାଓ ସଙ୍ଗଠନର ଶକ୍ତି ଦେଖାଇ ପୋଲିସକୁ ଭୟଭୀତ କରାଇବା ଉଦ୍ଦେଶ୍ୟ ଥାଇପାରେ ବୋଲି ଅନୁମାନ କରାଯାଉଛି।

ସେପଟେ ବସ୍ତର ଆଇଜି କହିଛନ୍ତି, ଏହି ଭିଡିଓ ନିଶ୍ଚିତ ଭାବେ ମାଓ ଦମନ ପାଇଁ ପୋଲିସକୁ ବଡ଼ ଅସ୍ତ୍ର ହେବ। ଅନେକ ଟପ କ୍ୟାଡର ମାଓବାଦୀ ଏଠି ରହିଥିବା ଦେଖିବାକୁ ମିଳିଛି। ସେମାନଙ୍କ ପୋଲିସ ଫାଇଲରେ ମଧ୍ୟ ଫଟୋ ରହିଛି। ତେଣୁ ପୋଲିସ ପାଇଁ ନିହାତି ଅସ୍ତ୍ର ମିଳିଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.