ମାଲକାନଗିରିରେ ଆକାଶ ଛୁଆଁ ପେଟ୍ରୋଲ ଦର, ଅସନ୍ତୋଷ ଖାଉଟି
Breaking

ମାଲକାନଗିରି ଜିଲ୍ଲାରେ ରହିଛି ଓଡ଼ିଶାର ସର୍ବୋଚ୍ଚ ପେଟ୍ରୋଲ ଦର । ମାଲକାନଗିରିରେ ପେଟ୍ରୋଲ ଦର 100ଟଙ୍କା ଛୁଇଁଥିବା ଜଣାପଡିଛି ।

ମାଲକାନଗିରି: ବେଲଗାମ ହେଉଛି ତୈଳଦର । ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦରବୃ୍ଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଥିବାବେଳେ ମାଲକାନଗିରି ଜିଲ୍ଲାରେ ରହିଛି ଓଡ଼ିଶାର ସର୍ବୋଚ୍ଚ ପେଟ୍ରୋଲ ଦର । ମାଲକାନଗିରିରେ ପେଟ୍ରୋଲ ଦର 100ଟଙ୍କା ଛୁଇଁଛିଥିବା ଜଣାପଡିଛି ।

ରାଜ୍ୟରେ ତୈଳଦର ବୃଦ୍ଧିରେ କୌଣସି ପ୍ରକାର ଲଗାମ ଲାଗିନାହିଁ। ସେହିପରି ଡିଜେଲ ଦରରେ ମଧ୍ୟ ବୃଦ୍ଧି ଘଟିଛି। ମାଲକାନଗିରିରେ ବର୍ତ୍ତମାନ ପେଟ୍ରୋଲ ଦର 100 ଟଙ୍କା 29ପଇସା(ପ୍ରିମିୟମ) ଓ 97 ଟଙ୍କା 14 ପଇସା(ନରମାଲ) ଥିବାବେଳେ ଡିଜେଲ ଦର 93 ଟଙ୍କାରେ ପହଞ୍ଚିଛି ।

ଆକାଶ ଛୁଆଁ ପେଟ୍ରୋଲ ଦର

ପେଟ୍ରୋଲ ଓ ଡିଜେଲ ଦର ହୁହୁ ହୋଇ ବଢ଼ୁଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଯେଉଁମାନେ 4 ରୁ 5 ଲିଟର ପକାଉଥିଲେ ସେମାନେ ଏବେ ଏକ ଲିଟର ପକେଇବା ଆରମ୍ଭ କଲେଣି। ପେଟ୍ରୋଲ ଓ ଡିଜେଲ ଦର ବଢ଼ୁଥିବାରୁ ଦୈନଦିନ ସାମଗ୍ରୀ ଉପରେ ଏହାର ପ୍ରଭାବ ପଢ଼ିଛି। ଅତ୍ୟାବଶ୍ୟକ ଜିନିଷର ଦରଦାମ ମଧ୍ୟ ଅହେତୁକ ଦରବୃଦ୍ଧି ହେଉଛି ।

ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏତେ ଟଙ୍କାରେ ପେଟ୍ରୋଲ ପକାଇ ଗାଡି ଚଳାଇବା ସାଧାରଣ ଲୋକଙ୍କ ପକେଟକୁ ମାଡ ବୋଲି ମତ ଦେଇଛନ୍ତି ଲୋକେ। କିନ୍ତୁ ସରକାରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁ ନଥିବା ଦେଖିବାକୁ ମିଳିଛି। ତେବେ ତୁରନ୍ତ ତେଲ ଦର କମାଇବାକୁ ସାଧାରଣରେ ଦାବି ହେଉଛି ।

ରାଜ୍ୟର ଆଜି ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର;

ବ୍ରହ୍ମପୁର(ଗଞ୍ଜାମ): 92 ଟଙ୍କା 89 ପଇସା

ଯୋଡା(କେନ୍ଦୁଝର): 93 ଟଙ୍କା 45 ପଇସା

ବଲାଙ୍ଗିର: 93 ଟଙ୍କା 19 ପଇସା

ନବରଙ୍ଗପୁର: 95 ଟଙ୍କା 51 ପଇସା

ଫୁଲବାଣୀ(କନ୍ଧମାଳ): 93 ଟଙ୍କା 07 ପଇସା

ପଦ୍ମପୁର(ବରଗଡ): 93 ଟଙ୍କା 14 ପଇସା

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.