ସ୍କୁଲ ଯିବାକୁ କୋଦାଳ ଧରିଲେ ଛାତ୍ରଛାତ୍ରୀ; ନିଜ ହାତରେ ସମତୁଲ କଲେ ଖାଲଢିପ ରାସ୍ତା
ସ୍କୁଲ

ସ୍କୁଲ ଯିବାକୁ ରାସ୍ତା ନଥିଲା । ଖାଲ ଖମା ରାସ୍ତାରେ ନିତିଦିନ ଯାଆ ଆସି କରିବାକୁ ପଡିଥିଲା । ଦିନେ ଦୁଇ ଜଣ ଛାତ୍ରଛାତ୍ରୀ ସ୍କୁଲ ଯିବା ସମୟରେ ସାଇକେଲରୁ ଖସି ପଡି ଖଣ୍ଡିଆ ଖାବର ହେବା ପରେ ଏକଜୁଟ ହୋଇଥିଲେ ସବୁ ପିଲା । ଆଉ ହାତରେ ଧରିଥିଲେ କୋଡିକୋଦାଳ । ଅଧିକ ପଢନ୍ତୁ...

ମାଲକାନଗିରି: ସ୍କୁଲ ଯିବାକୁ ଭଲ ରାସ୍ତା ନ ଥିବାରୁ ଦିନେ ହାତରେ କୋଡି କୋଦାଳ ଧରି ରାସ୍ତା ସମତୁଳ କରିଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ । ସେବେର ସମୟ ଓ ଆଜି ମଧ୍ୟରେ ବେଶ ତାରତମ୍ୟ ଆସିଛି । ବିକାଶ ପଥରେ ଅଗ୍ରଗତି ହେଉଥିବାର ରାଜ୍ୟର ପ୍ରତି ଗାଁକୁ ସଡକ ଯୋଗାଇବାକୁ ବଜେଟରେ କୋଟି କୋଟି ଟଙ୍କା ବ୍ଯୟବରାଦ କରାଯାଉଛି । ହେଲେ ପରିବର୍ତ୍ତିତ ସମୟରେ ଅପରିବର୍ତ୍ତିତ ରହିଛି ଛୋଟ ମଧୁସୂଦନଙ୍କ ସେହି ରାସ୍ତା ତିଆରି କାମ । ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ଦୁର୍ଗମ ପାଡାଲପୁଟ ଗାଁର କୁନି କୁନି ପିଲା ନିଜ ହାତରେ ମାଟି ରାସ୍ତାକୁ ମରାମତି କରିଛନ୍ତି ।

ସ୍କୁଲ ଯିବାକୁ କୋଦାଳ ଧରିଲେ ଛାତ୍ରଛାତ୍ରୀ

ଦୀର୍ଘ ଦିନ ଧରି ଗାଁକୁ ରାସ୍ତା ନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ ଗ୍ରାମବାସୀ । ବର୍ଷା ଆସିଲେ ମାଟି ରାସ୍ତା କାଦୁଅର ଭର୍ତ୍ତି ହୋଇଯାଏ। ଫଳରେ ହସ୍ପିଟାଲ ଠାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଣିବାକୁ ସବୁବେଳେ ହନ୍ତସନ୍ତ ହେଉଥିଲେ ଗ୍ରାମବାସୀ । ସ୍କୁଲକୁ ଯିବାକୁ ରାସ୍ତା ମଧ୍ୟ ନଥିଲା । ତେବେ ଲକଡାଉନ ପରେ ସ୍କୁଲ ଯିବା ସମୟରେ 2 ଜଣ ବିଦ୍ୟାର୍ଥୀ ବହିବସ୍ତାନୀ ସହ ରାସ୍ତାରେ ପଡି ଖଣ୍ଡିଆ ଖାବର ହୋଇଥିଲେ । ବିପରୀତ ପଟୁ ଆସୁଥିବା ଏକ ବାଇକ ଚାଳକ ମଧ୍ୟ ଖସି ପଡିଥିଲେ ।

ସେପଟେ, ଗ୍ରାମବାସୀ ରାସ୍ତା ନଥିବାରୁ ସରପଞ୍ଚଙ୍କ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରିଥିଲେ । ବାରମ୍ବାର ଦୌଡିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଯାହା ଫଳରେ ଗାଁର ସମସ୍ତ ସ୍କୁଲ ଛାତ୍ରଛାତ୍ରୀ ନିଜ ହାତରେ ଧରିଲେ କୋଡିକୋଦାଳ । ଖାଲଢିପ ରାସ୍ତାଗୁଡିକୁ କଲେ ସମତଳ । ଗାଁର ଛୋଟ ଛୋଟ ପିଲାଙ୍କୁ ଏଭଳି ରାସ୍ତା ନିର୍ମାଣ କରୁଥିବାର ଦେଖି ଗାଁର 2 ସ୍ବୟଂ ସହାୟକ ଗୋଷ୍ଠୀର ମା ଓ ମାଉସୀମାନେ ଆଗେଇ ଆସିଲେ । ନିଜର କିଛି ସଞ୍ଚୟ ଓ କିଛି ଚାନ୍ଦା କରି 3 ହଜାର ଟଙ୍କାରେ ଟ୍ରାକ୍ଟର ଯୋଗ ଆଣି ରାସ୍ତାର ଆବଶ୍ୟକ ସ୍ଥାନରେ ମାଟି ପକେଇ ସମତୁଲ କରିଥିଲେ । ଏବେ ସେମାନଙ୍କ ରାସ୍ତାରେ ସାଇକେଲ ଯିବା ସହ ଆମ୍ବୁଲାନ୍ସ ମଧ୍ୟ ଗାଁ କୁ ଆସିପାରିବ ।

ମାଲକାନଗିରି ବାଲିମେଳା ମୂଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ମାଟି ରାସ୍ତାକୁ ମେଟାଲ୍ କଙ୍କ୍ରିଟ୍ ରୋଡ୍ କିମ୍ବା ପିଚୁ ରୋଡ୍ ରେ ରୂପାନ୍ତରିତ କରିବାକୁ ନିମନ୍ତେ ଗ୍ରାମବାସୀ ଅନେକ ଦିନ ଧରି ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ , କୋରକୁଣ୍ଡାଙ୍କୁ ଜଣାଇଥିଲେ ଗ୍ରାମବାସୀ । ରାସ୍ତାର ଉନ୍ନତିକରଣ ତ ଦୂରର କଥା, ଗତ ୫ ବର୍ଷ ମଧ୍ୟରେ କୌଣସି ମରାମତି କାର୍ଯ୍ୟ ମଧ୍ୟ ହୋଇପାରିନାହିଁ । ତେଣୁ ସେମାନେ ନିଜ ରାସ୍ତା ନିଜେ ନିର୍ମାଣ କରି ସରକାରଙ୍କ ପାରିବ ପଣିଆ ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.