ଚିତ୍ରକୋଣ୍ଡାରେ ଜବରଦଖଲ ଉଚ୍ଛେଦ ଦାବି କଲେ 9 ପଞ୍ଚାୟତବାସୀ
malkangiri

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଫାର୍ମକୁ କଵଜ଼ା କରି ରଖିଥିବା ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ ପାଇଁ ଦାବି କଲେ ୯ ଟି ଗ୍ରାମପଞ୍ଚାୟତବାସୀ । ଏନେଇ ୯ ଟି ଗ୍ରାମପଞ୍ଚାୟତ ଚିତ୍ରକୋଣ୍ଡା ତହସିଲଦାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ..

ମାଲକାନଗିରି: ଉଚ୍ଛେଦ ହେବେ ଜବରଦଖଲ । ଚିତ୍ରକୋଣ୍ଡା ଫାର୍ମକୁ କଵଜ଼ା କରି ରଖିଥିବା ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ ପାଇଁ ଦାବି କଲେ ୯ ଟି ଗ୍ରାମପଞ୍ଚାୟତବାସୀ । ଏନେଇ ୯ ଟି ଗ୍ରାମପଞ୍ଚାୟତ ଚିତ୍ରକୋଣ୍ଡା ତହସିଲଦାରଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି ।

ଚିତ୍ରକଣ୍ଡାରେ ଜବରଦଖଲ ଉଚ୍ଛେଦ ଦାବି କଲେ 9 ପଞ୍ଚାୟତବାସୀ

ଚିତ୍ରକୋଣ୍ଡା ବ୍ଲକର ୯ ଗୋଟି ଗ୍ରାମପଞ୍ଚାୟତ ବଡ଼ପଦର, ବଡ଼ପଡା, ଦୋରାଗୁଡା, ନୂଆଗୁଡା, ପାପଲୁର, କୁର୍ମାନୁର, ଟନେଲ କ୍ୟାମ୍ପ, ଚିତ୍ରକୋଣ୍ଡା,ଗୁଣ୍ଠାବେଢାରେ ବସବାସ କରୁଥିବା ଗ୍ରାମବାସୀ ଚିତ୍ରକୋଣ୍ଡା ତହସିଲଦାରଙ୍କୁ ଭେଟି ତୁରନ୍ତ ଚିତ୍ରକୋଣ୍ଡା ଫାର୍ମକୁ କଵଜ଼ା କରି ରଖିଥିବା ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ଠାରୁ ମୁକ୍ତ କରାଯାଉ ବୋଲି ଦାବି କରିଛନ୍ତି । ନଚେତ ଆମେ ୯ ଗୋଟି ପଞ୍ଚାୟତର ହଜାର ହଜାର ଲୋକ ଆସି ଚିତ୍ରକୋଣ୍ଡା ଫାର୍ମରେ ବାକି ଥିବା ଜାଗା ଜବରଦଖଲ କରିବୁ ବୋଲି କହିଛନ୍ତି ।

ସୂଚନାଅନୁଯାୟୀ ଅନେକ ଦିନ ମଜୁରିଆ ଭାବେ ଏହି ଫଳ ଉଦ୍ୟାନରେ ମଜୁରୀ ଖଟି ପରିବାର ପୋଷଣ କରୁଛନ୍ତି । କିଛିଦିନ ତଳେ ଓଡିଶା ଦକ୍ଷତା ବିକାଶ ବୋର୍ଡର ଅଧ୍ୟକ୍ଷ ସୁବ୍ରତ ବାଗଚି ଓ କୃଷି ଉନ୍ନୟନ ବିଭାଗ ପ୍ରିନ୍ସପାଳ ସେକେରେଟରୀ ସୌରଭ ଗର୍ଗ ଚିତ୍ରକୋଣ୍ଡା ଫାର୍ମ ଠାରେ ଏକ ତାଲିମ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ୨୦ କୋଟି ଟଙ୍କା ମଞ୍ଜୁର କରିଥିଲେ । ଲୋକେ ଯଦି ଏଭଳି ଭାବରେ ଫଳ ଉଦ୍ୟାନକୁ କଵଜ଼ା କରି ରଖିବେ ତାହେଲେ ଏଠାରେ ତାଲିମ କେନ୍ଦ୍ର ପ୍ରତିଷ୍ଠା ହୋଇ ପାରିବ ନାହିଁ ତେଣୁ ତୁରନ୍ତ ସେମାନଙ୍କୁ ସେଠାରୁ ହଟାଇବା ବନ୍ଦୋବସ୍ତ କରାଯାଉ । ଗତ ୫ତାରିଖ ଦିନ ସ୍ୱାଭିମାନ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୮୫ ପରିବାର ମାଓବାଦୀଙ୍କ ଦ୍ଵାରା ବିତାଡ଼ିତ । ଚାଷ ଜମି ଅଭାବ କହି ଚିତ୍ରକୋଣ୍ଡା ଫଳ ଉଦ୍ୟାନ ଠାରେ ଜାଗା ସଫା କରି ଜୋର ଜବରଦସ୍ତ ମାଡି ବସିଛନ୍ତି । ଆମକୁ କାମଧନ୍ଦା କିଛି ନାହିଁ ,ଆମର ଘର ଦ୍ୱାର ଜମିବାଡ଼ି କିଛି ନାହିଁ ,ଆମକୁ ଏହି ଜାଗା ଦିଆ ଯାଉ ବୋଲି ପାଖା ପାଖି ୧୫ ଦିନରୁ ଉର୍ଦ୍ଧ ହେବ ରାଜୁଲକୋଣ୍ଡାରେ ଥିବା ଉଦ୍ୟାନ ଅସ୍ଥାୟୀ ଶିବିର କରି ରହିଆସୁଛନ୍ତି ।

ସେପଟେ ଚିତ୍ରକୋଣ୍ଡା ତହସିଲଦାରଙ୍କ ସୂଚନା ଅନୁଯାୟୀ ଏସବୁ ମିଛକଥା, ଘରବାଡି ନଥିବା ଦାବିକରୁଥିବା ସମସ୍ତଙ୍କ ପଟ୍ଟା ଜମି ରହିଛି ଘର ମଧ୍ୟ ରହିଛି । ସପ୍ତାହ ଭିତରେ ଜବରଦଖଲକାରୀଙ୍କ ଭିଟାମାଟିକୁ ପଠାଯିବ ଯଦି ଏହାକୁ ସେମାନେ ନ ମାନିଲେ ଏହା ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୌଣସି ଲୋକଙ୍କୁ ସରକାରୀ ଜାଗା କଵଜ଼ା କରିବାକୁ ଦିଆଯିବ ନାହିଁ ବୋଲି ଚିତ୍ରକଣ୍ଡା ତହସିଲଦାର କହିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.