ପୁଅକୁ ନେଇ କାମ କରିବାକୁ ଯାଇଥିଲେ, ସାଙ୍ଗରେ ମୃତଦେହ ଧରି ଫେରିଲେ
Breaking

ଇଟାଭାଟିକୁ କାମ କରିବାକୁ ଯିବାବେଳେ ସାଙ୍ଗରେ ନିଜ ଛୁଆକୁ ନେଇଯାଇଥିଲା ମା । ହେଲେ ଇଟାଭାଟି ନିକଟରେ ଥିବା ଏକ ପୋଖରୀରେ ବୁଡି ଚାଲିଗଲା 4 ବର୍ଷର ଶିଶୁର ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜରେ ।

ରାଇରଙ୍ଗପୁର:ଇଟାଭାଟି ନିକଟରେ ଥିବା ଏକ ଛୋଟ ପୋଖରୀରେ ବୁଡ଼ି 4 ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଦେଓକୁଣ୍ଡି ଗ୍ରାମ ନିକଟରେ । ମୃତ ଶିଶୁପୁତ୍ର ଜଣକ ଶାଗଯୋଡି ଗ୍ରାମର ଚାମରା ବିରୁଆଙ୍କ ଚାରିବର୍ଷର ପୁଅ ହରେକୃଷ୍ଣ ବିରୁଆ।

ପୁଅକୁ ନେଇ କାମ କରିବାକୁ ଯାଇଥିଲେ, ସାଙ୍ଗରେ ମୃତଦେହ ଧରି ଫେରିଲେ

ସୂଚନା ଅନୁଯାୟୀ ଗତକାଲି(ରବିବାର) ମାଆ ଇଟାଭାଟିକୁ କାମ କରିବାକୁ ଯାଇଥିବା ବେଳେ ସାଥିରେ ଶିଶୁପୁତ୍ରକୁ ମଧ୍ୟ ନେଇ ଯାଇଥିଲେ । ତେବେ ମାଆ କାମ କରୁଥିବା ବେଳେ ଶିଶୁଟି ଇଟାଭାଟି ପାଖରେ ଥିବା ପୋଖରୀରେ ବୁଡ଼ି ଯାଇଥିଲେ । ସେପଟେ ଖୋଜାଖୋଜି କରି ଶିଶୁଟିକୁ ନ ପାଇବାରୁ ଶେଷରେ ସ୍ଥାନୀୟ ଲୋକେ ପୋଖରୀ ଭିତରୁ ଶିଶୁଟିକୁ ମୃତ ଅବସ୍ଥାରେ ବାହାର କରିଥିଲେ।

ଏନେଇ ଆଜି ଖବର ପାଇ ଜାମଦା ଥାନା ପୋଲିସ ସାଗଯୋଡି ସ୍ଥିତ ତାଙ୍କ ଘରକୁ ପହଞ୍ଚିଥିଲେ। ତେବେ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ମୃତଦେହ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ । ତେବେ ଇଟାଭାଟି ମାଲିକ ଜଣକ କାହିଁକି ପୋଖରୀ ନିକଟରେ ଇଟାଭାଟି କରି କାମ କରାଉଥିଲେ ଏବଂ ଶ୍ରମିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କାହିଁକି ପୂର୍ବରୁ କିଛି ପଦକ୍ଷେପ ନେଇନଥିଲେ ତାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.