ଆଖି ବୁଜିଲେ ବାରିପଦାର ପୂର୍ବତନ ବିଧାୟକ ବିମଳ ଲୋଚନ ଦାସ
ଆଖିବୁଜିଲେ

ହୃଦଘାତରେ ବାରିପଦା ପୂର୍ବତନ ବିଧାୟକଙ୍କ ମୃତ୍ୟୁ । ସେ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଜେଏମଏମ ଦଳରୁ ବିଧାୟକ ଥିଲେ । ଅଧିକ ପଢନ୍ତୁ...

ବାରିପଦା: ଆଖି ବୁଜିଲେ ବାରିପଦାର ପୂର୍ବତନ ବିଧାୟକ ବିମଳ ଲୋଚନ ଦାସ । ବାରିପଦାସ୍ଥିତ ବାସ ଭବନରେ ବିଧାୟକଙ୍କ ପରଲୋକ ଘଟିଛି । 86 ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି ।

ମୟୂରଭଞ୍ଜ ଜିଲ୍ଲା ବାରିପଦା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିମଳ ଲୋଚନ ଦାସଙ୍କ ହୃଦଘାତରେ ପରଲୋକ । ସେ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ପକ୍ଷରୁ ଓଡିଶା ବିଧାନସଭାରେ ବାରିପଦା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଉପାଧ୍ୟକ୍ଷ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ବିମଳ ଲୋଚନ । ବାରିପଦା ବାସଭବନରେ ୮୬ ବର୍ଷ ବୟସରେ ମଙ୍ଗଳବାର ଅପରାହ୍ନରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି ।

ଆଖି ବୁଜିଲେ ବାରିପଦାର ପୂର୍ବତନ ବିଧାୟକ ବିମଳ ଲୋଚନ ଦାସ

୧୯୩୬ ମସିହା ଅକ୍ଟୋବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ବିଧାୟକ ବିମଳ ଲୋଚନ । ତେବେ ତାଙ୍କ ଦେହାନ୍ତ ସମୟରେ ତିନି ଝିଅ ଓ ଦୁଇ ପୁଅ ଉପସ୍ଥିତ ଥିଲେ । ପୂର୍ବତନ ବିଧାୟକ ବିମଳ ଲୋଚନ ଦାସ ଏକା ଧାରରେ ଜଣେ ସମାଜସେବୀ, ପରୋପକାରୀ, ରାଜନେତା, ମିଷ୍ଟଭାଷୀ ବ୍ୟକ୍ତିତ୍ୱ ଥିଲେ । ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ବିଭିନ୍ନ ଦଳର ରାଜନେତା, ସମାଜସେବୀ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନର ସାଧାରଣ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଆଖି ବୁଜିଲେ ବାରିପଦାର ପୂର୍ବତନ ବିଧାୟକ ବିମଳ ଲୋଚନ ଦାସ
ଆଖି ବୁଜିଲେ ବାରିପଦାର ପୂର୍ବତନ ବିଧାୟକ ବିମଳ ଲୋଚନ ଦାସ

ଅନ୍ୟପଟେ ବିମଳ ଲୋଚନଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ ଯୋଗେ ଶୋକବ୍ଯକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ ଥିବାବେଳେ ଜନ ପ୍ରତିନିଧି ଭାବେ ସେ କରିଥିବା କାର୍ଯ୍ୟ ତାଙ୍କୁ ସବୁଦିନ ପାଇଁ ସ୍ମରଣୀୟ ରଖିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଆଖି ବୁଜିଲେ ବାରିପଦାର ପୂର୍ବତନ ବିଧାୟକ ବିମଳ ଲୋଚନ ଦାସ
ଆଖି ବୁଜିଲେ ବାରିପଦାର ପୂର୍ବତନ ବିଧାୟକ ବିମଳ ଲୋଚନ ଦାସ

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.