ଆଜିଠୁ ଗଡିଲା ଟାଟା-ବାଦାମପାହାଡ ଡିଇଏମୟୁ ଟ୍ରେନ
ଆଜିଠୁ

ମୟୂରଭଞ୍ଜ ଜିଲ୍ଲାରୁ ମଙ୍ଗଳବାରଠାରୁ ଟାଟା-ବାଦାମପାହାଡ଼ ଡିଇଏମୟୁ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ମଙ୍ଗଳବାରଠାରୁ ଟାଟା-ବାଦାମପାହାଡ଼ ଡିଇଏମୟୁ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । କୋରୋନା ମହାମାରୀ ତଥା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘ ୧୧ ମାସ ହେବ ଟ୍ରେନ ଚଳାଚଳ ବନ୍ଦ ରହିଥିଲା । ତେବେ ପୁଣି ଟ୍ରେନ ଚଳାଚଳ ଆରମ୍ଭ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଥିବା ଦେଖିବାକୁ ମିଳିଛି ।

ଆଜିଠୁ ଗଡିଲା ଟାଟା-ବାଦାମପାହାଡ଼ ଡିଇଏମୟୁ ଟ୍ରେନ

ମଙ୍ଗଳବାରଠାରୁ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିବା ବେଳେ ପୂର୍ବ ପରି ସକାଳ ୬ଟା ସମୟରେ ଝାଡ଼ଖଣ୍ଡର ଟାଟାନଗର ରେଳଷ୍ଟେସନରୁ ବାହାରି ବହଳଦା ରୋଡ଼, ଅଁଳାଯୋଡି, ଗୋରୁମହିଷାଣୀ ଷ୍ଟେସନ ଦେଇ ସକାଳ ୯ଟା ୨୩ ମିନିଟରେ ରାଇରଙ୍ଗପୁର ଷ୍ଟେସନ ପହଞ୍ଚିଥିଲା । ଏହାପରେ ରାଇରଙ୍ଗପୁର ଷ୍ଟେସନରୁ ବାହାରି କୁଲଡ଼ିହା, ଛଣୁଆ ଷ୍ଟେସନ ଦେଇ ଦିନ ୧୦ଟା ୧୫ ମିନିଟରେ ବାଦାମପାହାଡ ଷ୍ଟେସନରେ ପହଞ୍ଚିଛି ।

ତେବେ ଭୋର ସକାଳୁ ଚାଲୁଥିବା ଦ୍ବିତୀୟ ଟ୍ରେନଟିର ଚଳାଚଳ ବନ୍ଦ ରହିଛି । ସେପଟେ ଦ୍ବିତୀୟ ଟ୍ରେନଟି ବାଦାମପାହାଡରୁ ଟାଟା ନଗର ଷ୍ଟେସନ ଦେଇ ରାଉରକେଲା ଷ୍ଟେସନ ପର୍ଯ୍ୟନ୍ତ ଯାତାୟାତ କରିବା ପାଇଁ ସାଧାରଣରେ ଦାବି ହେବା ସହିତ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୁର୍ତ୍ତି ଦାବି କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.