ଵୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ଆରମ୍ଭ ହେଲା ଲଢ଼େଇ
ଵୃତ୍ତଙ୍ଗ

ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବିରେ କ୍ରିୟାନୁଷ୍ଠାନ କମିଟି ଆରମ୍ଭ କରିଛି ପ୍ରୟାସ l ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନକୁ ଯାଇ ପରିଦର୍ଶନ କରିବା ସହ ତୁରନ୍ତ କାର୍ଯ୍ୟାରମ୍ଭ ପାଇଁ ଦାବି କରିଛି l ଅଧିକ ପଢନ୍ତୁ...

ନୟାଗଡ଼: ଜିଲ୍ଲାର କୃଷକମାନଙ୍କ ଜୀବନ ରେଖା କୁହାଯାଉଥିବା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବିରେ କ୍ରିୟାନୁଷ୍ଠାନ କମିଟି ଆରମ୍ଭ କରିଛି ପ୍ରୟାସ l ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନକୁ ଯାଇ ପରିଦର୍ଶନ କରିବା ସହ ତୁରନ୍ତ କାର୍ଯ୍ୟାରମ୍ଭ ପାଇଁ ଦାବି କରିଛି l

ଵୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ଆରମ୍ଭ ହେଲା ଲଢ଼େଇ

କ୍ରିୟାନୁଷ୍ଠାନ କମିଟି ସଭାପତି ମନୋଜ କୁମାର ସାହୁଙ୍କ ନେତୃତ୍ବରେ ଉପସଭାପତି ବିନୋଦିନୀ ମହାନ୍ତି, ସମ୍ପାଦକ ବେଣୁଧର ନାୟକ, ସହସଂପାଦକ ଲକ୍ଷ୍ମୀଧର ରାଉତ ପ୍ରମୁଖ ବୃତ୍ତଙ୍ଗ ଜଳ ସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ l ଦୀର୍ଘ ୫୦ ବର୍ଷ ଧରି ନୟାଗଡ଼ ଜିଲ୍ଲାର ଜୀବନରେଖା କୁହାଯାଉଥିବା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାରେ ଅବହେଳା କରାଯାଇଛି। ଯଥାଶୀଘ୍ର ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ।

ଆଗାମୀ ଦିନରେ ଏହି ପ୍ରକଳ୍ପ ଚାଲୁ କରିବାକୁ ଦାବି କରି ଦଶପଲ୍ଲାରୁ ପଦଯାତ୍ରା କରିବ କ୍ରିୟାନୁଷ୍ଠାନ କମିଟି ପ୍ରକଳ୍ପ କ୍ଷେତ୍ରରେ ରଣପୁର, ବୋଲଗଡ଼ ଏବଂ ବେଗୁନିଆ ବ୍ଲକକୁ ସାମିଲ କରିବା ପାଇଁ ଦାବି କରାଯାଇଛି।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.