ଶ୍ରୀମନ୍ଦିରରେ ଭକ୍ତଙ୍କ ଖଚାଖଚ ଭିଡ଼, କୋରୋନା ସଂକ୍ରମଣ ବଢିବା ଆଶଙ୍କା
ଶ୍ରୀମନ୍ଦିରରେ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲାଗିଛି ଭକ୍ତଙ୍କ ଭିଡ଼। ଏପଟେ ଭକ୍ତମାନେ ମନ୍ଦିର ଭିତରେ ନାମକୁ ମାତ୍ର ମାସ୍କ ପରିଧାନ କରୁଥିବାବେଳେ ସାମାଜିକ ଦୂରତା ମାନୁନଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଦେଖିବା ପରେ ପୁଣି ପୁରୀ ସହରରେ କୋଭିଡ଼ ସଂକ୍ରମଣ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ଼ । ଶ୍ରୀମନ୍ଦିର ବ୍ୟାରିକେଡ ବାହାରୁ ପାପୁଡ଼ିଆ ମଠ ଠାରୁ ଶ୍ରୀମନ୍ଦିର ସିଂହଦ୍ବାର ପର୍ଯ୍ୟନ୍ତ ଲାଗିଛି ଭକ୍ତଙ୍କ ଖଚାଖଚ ଭିଡ଼ ।

ଶ୍ରୀମନ୍ଦିରରେ ଭକ୍ତଙ୍କ ଖଚାଖଚ ଭିଡ଼

ଏପଟେ ଭକ୍ତମାନେ ମନ୍ଦିର ଭିତରେ ନାମକୁ ମାତ୍ର ମାସ୍କ ପରିଧାନ କରୁଥିବାବେଳେ ସାମାଜିକ ଦୂରତା ମାନୁନଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଦେଖିବା ପରେ ପୁଣି ପୁରୀ ସହରରେ କୋଭିଡ଼ ସଂକ୍ରମଣ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି । କାରଣ ଦେଶର ବିଭିନ୍ନ କୋଣ ଅନୁକୋଣ ସହ କୋଭିଡ଼ ଅଧିକ ବ୍ୟାପିଥିବା ମହାରାଷ୍ଟ୍ର, କେରଳ, ଛତିଶଗଡ଼ ଆଦି ରାଜ୍ୟରୁ ଦୈନିକ ହଜାର ହଜାର ଭକ୍ତ ଏବେ ଶ୍ରୀକ୍ଷେତ୍ର ଆସୁଛନ୍ତି ।

ତେବେ ଶ୍ରୀମନ୍ଦିରରେ କୋଭିଡ଼ କଟକଣା ପାଳନ ନହେବା ଯୋଗୁଁ ଏହି ପରିସ୍ଥିତି ଏବେ ପୁନର୍ବାର କୋଭିଡ଼ ସଂକ୍ରମଣ ବ୍ୟାପକ ହେବାର ଆଶଙ୍କା ସୃଷ୍ଟି କରିଛି। ସେପଟେ ଶ୍ରୀମନ୍ଦିରରେ ଏହି ପରିସ୍ଥିତି ଦେଖି ସେବାୟତ ମାନେ ଉଦବେଗ ପ୍ରକାଶ କରିଥିବା ବେଳେ ସେମାନଙ୍କୁ ତୁରନ୍ତ କୋଭିଡ଼ ଟିକା ପ୍ରଦାନ ସହ କୋଭିଡ଼ ଯୋଦ୍ଧା ଘୋଷଣା କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନୁରୋଧ କରିଛନ୍ତି।

ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ଏନେଇ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିହାତି ଆବଶ୍ୟକ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କହିଛନ୍ତି। ମାସ୍କ, ସାନିଟାଇଜର, ସାମାଜିକ ଦୂରତା ସହ କୋଭିଡ଼ ଗାଇଡ଼ଲାଇନକୁ ପୂର୍ବ ଭଳି ପାଳନ କରିବାକୁ ଜନସାଧାରଣଙ୍କୁ ଆହ୍ବାନ ଦେଇଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ।

ଅନ୍ୟପଟେ ଶ୍ରୀମନ୍ଦିର ଏସଓପି ଅନୁଯାୟୀ ସମସ୍ତ କାର୍ଯ୍ୟ ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଯାହା ନିର୍ଦ୍ଦେଶନାମା ଆସିବ ତାହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି । କୋଭିଡ଼ ମହାମାରୀ ଯୋଗୁଁ ଦୀର୍ଘ ୧୦ ମାସ ଧରି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିଲା ।

ସେହି ସମୟରେ ପର୍ଯ୍ୟଟକ ତଥା ଭକ୍ତଙ୍କ ଆଗମନରେ ହ୍ରାସ ଯୋଗୁଁ ପୁରୀର ପର୍ଯ୍ୟଟନ ଶିଳ୍ପ ତଥା ଅର୍ଥନୀତି ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ପୁଣି ଯଦି ରାଜ୍ୟ ସରକାର କୋଭିଡ଼କୁ ନେଇ କଠୋର କଟକଣା ଗ୍ରହଣ କରନ୍ତି, ତାହାଲେ ପୁରୀ ବାସିନ୍ଦାଙ୍କ ଜୀବନଜୀବିକା ଆଗାମୀ ଦିନରେ କିଭଳି ଚାଲିବ ସେନେଇ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.